ମହାକାଶ ବିଜ୍ଞାନ କହିଲେ ଏହା ପୃଥିବୀ ଓ ଏହାକୁ ଘେରି ରହିଥିବା ବାୟୁମଣ୍ଡଳ ଉପରେ ବହୁ ଗ୍ରହ, ତାରା ଏବଂ ଧୂମକେତୁ ସମେତ ସୂର୍ଯ୍ୟ, ଚନ୍ଦ୍ର ଆଦିଙ୍କ ସମ୍ପର୍କରେ ବୁଝାଇ ଥାଏ । ଏକବିଂଶ ଶତାବ୍ଦିରେ ମଣିଷ ମହାକାଶକୁ ଯାଇପାରୁଛି ଏବଂ ସାଟେଲାଇଟ୍ ଛାଡିପାରୁଛି । ସବୁଠାରୁ ବଡ଼ କଥା ହେଲା ଯେ, ମହାକାଶରେ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ କରିପାରୁଛି ଏବଂ ଚନ୍ଦ୍ରରେ ଓହ୍ଲାଇ ପାରୁଛି । ସୌରମଣ୍ଡଳରେ ଅସଂଖ୍ୟ ତାରାରୂପୀ ନକ୍ଷତ୍ର ଓ ଗ୍ରହ ସମେତ ଅଧିକ ଗ୍ରହାଣୁ ପୁଞ୍ଜ ରହିଥିଲା ବେଳେ ଏବେ ମଣିଷ ମଙ୍ଗଳ ଗ୍ରହକୁ ସ୍ୱୟଂଚାଳିତ ମହାକାଶ ଯାନ ପଠାଇଲାଣି । ସବୁଠାରୁ ବଡ଼ କଥା ହେଲା ଯେ, ମହାକାଶକୁ ଯାନ ପଠାଇବା, ରକେଟ୍ ଛାଡିବା ବା ଉପଗ୍ରହ ସ୍ଥାପନ କରିବା ଆଦି କାର୍ଯ୍ୟ କେବଳ ମହାକାଶ ଗବେଷଣା କେନ୍ଦ୍ର ଗୁଡ଼ିକ ମଧ୍ୟରେ ପ୍ରାୟତଃ ସିମୀତ ରହିଆସିଛି । ଏଥି ପାଇଁ ପାଠ ପଢିଶାରିଲା ପରେ ସ୍ୱାନ୍ତ୍ରଭାବେ ମହାକାଶ ବିଜ୍ଞାନର ବିଭିନ୍ନ ବିଷୟକୁ ନେଇ ଛାତ୍ରଛାତ୍ରୀ ଗବେଷଣା କରିଥାନ୍ତି । ପରେ ନିଯୁକ୍ତ ପାଇ ମହାକାଶ ବିଜ୍ଞାନୀ ରୂପେ ବିଭିନ୍ନ ମହାକାଶ ଗବେଷଣା କେନ୍ଦ୍ରରେ କର୍ଯ୍ୟରତ ରୁହନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବୈଷୟିକ ଶିକ୍ଷା କାର୍ଯ୍ୟକ୍ରମକୁ ଅଧିକ ପ୍ରସାରିତ କରିବା ଲକ୍ଷ୍ୟ ରଖି ଏହାର କୁଳପତି ପ୍ରଫେସର ଅଟଳ ଚୌଧୁରି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) କେନ୍ଦ୍ର ସହିତ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି । ଇସ୍ରୋ ପକ୍ଷରୁ ଏହାର ଅଧ୍ୟକ୍ଷ ତଥା ପ୍ରଖ୍ୟାତ ମହାକାଶ ବିଜ୍ଞାନୀ ଡ.କେ.ଶିବାନ ଏଥିରେ ସ୍ୱାକ୍ଷର କରିବା ସହ କୁହାଯାଇଛି ଯେ, ଭିସୁଟ୍ (ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ)ରେ ଇସ୍ରୋ ପକ୍ଷରୁ ୫୦ ଲକ୍ଷ୍ ଟଙ୍କାର ଆର୍ଥିକ ଅନୁଦାନ ରାଶି ଓ ବୈଷୟିକ ଜ୍ଞ୍ୟାନ କୌଶଳ ଯୋଗାଯିବା ସହିତ ଓଡିଶାରେ ବୀର ସୁରେନ୍ଦ୍ର ସାଏ ମହାକାଶ ଉଦ୍ଭାବନ କେନ୍ଦ୍ର ସ୍ତାପନ କରାଯିବ ଓ ତଦ୍ୱାରା ଛାତ୍ରଛାତ୍ରୀ ମହାକାଶ ସମ୍ପକିତ ଅତ୍ୟାଧୁନିକ ଜ୍ଞ୍ୟାନକୌଶଳ ଲାଭ କରିବା ଦିଗରେ ଏହା ଅନୁକୁଳ ବାତାବରଣ ସୃଷ୍ଟି କରିବ ଏବଂ ସେମାନେ ମହାକାଶ ଗବେଷଣା ଓ ପ୍ରୟୋଗ ଅଧିକ ପାଇଁ ଆଗ୍ରହ ପ୍ରକାଶ କରିବେ । ଏହା ଠିକ୍ ହୋଇପାରେ, କିନ୍ତୁ ଏଠାରୁ ଶିକ୍ଷା ଲାଭ କରିବାପରେ ଛାତ୍ରଛାତ୍ରୀମାନେ ଯେପରି ‘ଇସ୍ରୋ’ରେ ଅଧିକ ସଂଖ୍ୟାରେ ବିଯୁକ୍ତି ପାଇପାରନ୍ତି, ସେ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପଦକ୍ଷେପ ନେଇପାରିଲେ ଏହା ବିଭିନ୍ନ ଦିଗରୁ ଏକ ନୂତନ ଆଶାର ଆଲୋକ ଛାତ୍ରଛାତ୍ରୀଙ୍କୁ ଦେଇପାରନ୍ତା ।