ଓଡିଆ ଛାତ୍ରୀ କିଣିଲେ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢି


ଭୁବନେଶ୍ୱର- ୫୫ ହଜାର ଟଙ୍କା ଦେଇ ଓଡିଆ ଛାତ୍ରୀ କିଣିଲେ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢି । ଛାତ୍ରୀଙ୍କ ନାଁ ଦିବ୍ୟାଂଶୀ ମିଶ୍ର । ସେ ଗୁଆହାଟି ଆଇଆଇଟିରେ ପଢୁଛନ୍ତି । ନିଲାମରୁ ମିଳିଥିବା ସମସ୍ତ ଟଙ୍କା ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ । ଅଭିନେତ୍ରୀ ବିଦ୍ୟା ବାଲାନ ଫିଲ୍ମ ପ୍ରମୋସନରେ ଏହି ଶାଢି ପିନ୍ଧିବା ପରେ ବହୁତ ଚର୍ଚ୍ଚା ହୋଇଥିଲା । ଉତ୍କଳ ଅମ୍ରିତା ପକ୍ଷରୁ ବିଦ୍ୟାଙ୍କୁ ଏହି ଶ୍ରୀଗଣିତ ଶାଢି ଦିଆଯାଇଥିଲା ।

Leave A Reply

Your email address will not be published.

two × 1 =