ଓପିଏସସି ସଦସ୍ୟ ହେଲେ ବିଭୂତି ଭୂଷଣ ପଟ୍ଟନାୟକ ଓ ସୁଧାଂଶୁ


ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପିଏସସି ସଦସ୍ୟ ଭାବେ ଅବସରପ୍ରାପ୍ତ ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ନିଯୁକ୍ତି ଦେଇଛନ୍ତି । ସୂଚନାଯୋଗ୍ୟ ଜୁଲାଇ ୩୧ ତାରିଖରେ ରାଜ୍ୟ ସମବାୟ ସୋସାଇଟ ରେଜିଷ୍ଟ୍ରାର ଭାବେ ଅବସର ନେଇଥିଲେ । ଶ୍ରୀ ପଟ୍ଟନାୟକ ପର୍ଯ୍ୟଟନ ନିର୍ଦେଶକ, ଝାରସୁଗୁଡା ଜିଲ୍ଲାପାଳ ସମେତ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସେହିପରି ପ୍ରଫେସର ରଥ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରେ ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଥିଲେ । ସେ ବିଶ୍ୱବିଦ୍ୟାଳୟରେ ଓଏସଡି, ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କର ଲେଖା ଜାତୀୟ ଓ ଆନ୍ତର୍ଜାତିକ ପତ୍ରିକାରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.

2 × 1 =