ଓସ୍କାର ୨୦୨୧ କୁ ଜଜ୍ କରିବେ ଭାରତୀୟ ଫିଲ୍ମ ନିର୍ମାତା

ମୁମ୍ବାଇ- ଫିଲ୍ମ ଇଣ୍ଡଷ୍ଟ୍ରିର ବିଶ୍ୱର ସବୁଠୁ ବଡ ଆୱାର୍ଡ ଶୋ (ଓସ୍କାର ୨୦୨୧) ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ପ୍ରସ୍ତୁତି ଭାରତ ପାଇଁ ଏକ ବଡ ଖୁସି ଖବର ନେଇ ଆସିଛି । ପ୍ରକୃତରେ ଏକାଡେମୀ ଅଫ୍ ମୋସନ୍ ପିକ୍ଟର୍ ଆର୍ଟ ଆଣ୍ଡ ସାଇନ୍ସ ନିକଟରେ ଓସ୍କାର ପୁରସ୍କାର ୨୦୨୧ ଭୋଟିଂ ବୋର୍ଡ ପାଇଁ ଏକ ୮ଶହ ଜଣିଆ ସଦସ୍ୟମାନଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ପୂର୍ବରୁ ଆଲିଆ ଭଟ୍ଟ ଏବଂ ହ୍ରିତିକ ରୋଶନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । ବର୍ତମାନ ଏହି ତାଲିକାରେ ଭାରତର ଆଉ ତିନି ଜଣ ଫିଲ୍ମ ନିର୍ମାତାକୁ ସାମିଲ କରାଯାଇଛି ।

ଏମାନେ ହେଉଛନ୍ତି, ନିଷ୍ଠା ଜୈନ୍, ଶର୍ଲି ଅବ୍ରହାମ ଏବଂ ଅମିତ ମଧେସିଆ । ନିଷ୍ଠା ଜୈନ୍ ଜଣେ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ସେ ଗୁଲାବି ଗ୍ୟାଙ୍ଗ, ଲକ୍ଷ୍ମୀ ଆଣ୍ଡ ମି, ସିଟି ଅଫ୍ ଫଟୋଜ୍, ଫ୍ୟାମିଲି ଆଲବମ୍ ଏବଂ ଆଟ ମାଇ ମୋ ଡୋରଷ୍ଟେପ ଭଳି ଡକୁ୍ୟମେଂଟାରୀ ପ୍ରସ୍ତୁତ କରିଛନ୍ତି । ତେବେ ୨୦୧୪ରେ ଗୁଲାବି ଗ୍ୟାଙ୍ଗ ଜାତୀୟ ୁରସ୍କାର ପାଇଥିଲା ।ସେ ପର୍ଯ୍ୟନ୍ତ ୨୫ଟି ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ଜିତିସାରିଛନ୍ତି । ସେହିଭଳି ୨୦୧୯ରେ ସେ ତାଙ୍କର ପ୍ରଥମ ଫିଚର ଫିଲ୍ମ ପ୍ରୁଫ୍ ର ନିର୍ଦେଶନା ବି ଦେଇଛନ୍ତି । ଶର୍ଲି ଅବ୍ରହାମ ଓ ଅମିତ ମାଧେସିଆ ଏକାଠି କାମ କରନ୍ତି ଏବଂ ସେମାନଙ୍କର ସବୁଠାରୁ ଲୋକପ୍ରିୟ ଡକୁ୍ୟମେଂଟାରୀ ଫିଲ୍ମ ହେଉଛି ଦ ସିନେମା ଟ୍ରାଭେଲ୍ସ । ତେବେ ଏପର୍ଯ୍ୟନ୍ତ ଏହି ଫିଲ୍ମକୁ ୧୨୦ରୁ ଅଧିକ ନୋମିନେଶନ ଏବଂ ଜାତୀୟ ପୁରସ୍କାର ମିଳିସାରିଛି । ଜାତୀୟ ପୁରସ୍କାର ସହିତ ଏହି ଡକୁ୍ୟମେଂଟାରୀଟି କାନ୍ସ, ନ୍ୟୁୟର୍କ ଏବଂ ଟରୋଂଟୋ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ମନୋନିତ ହୋଇଛି । ସୂଚନା ଅନୁଯାୟୀ ପୂର୍ବବର୍ଷ ଓସ୍କାର ଦୌଡରେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ହିନ୍ଦୀ ଫିଚର ଫିଲ୍ମ ଦ ଲାଷ୍ଟ କଲର୍ ଓ ବଲିଉଡ୍ ଫିଲ୍ମ ଗଲି ବୟ ମନୋନିତ ହୋଇଥିଲା । ଅବଶ୍ୟ ପରେ ଗଲି ବୟ ଏହି ତାଲିକାରୁ ବାଦ୍ ପଡିଯାଇଥିଲା

Leave A Reply

Your email address will not be published.

three + 8 =