କଟକରେ ପ୍ରଥମ କୋଭିଡ ଟୀକା ନେଲେ ଡାକ୍ତର ଜୟନ୍ତ ପଣ୍ଡା ଓ ସଫେଇ କର୍ମଚାରୀ ବର୍ଷା ଦେଇ

କଟକ: କଟକ କୋଭିଡ-୧୯ ଟୀକାକରଣ ଆରମ୍ଭ ହୋଇଛି । କଟକ ବଡ଼ ମେଡିକାଲ ଓ ସିଟି ହସ୍ପିଟାଲ ସମେତ ୫ଟି ସ୍ଥାନରେ ଆଜି ପୂର୍ବାହ୍ନରେ ଟିକାକରଣ ଆରମ୍ଭ ହୋଇଛି । ଆଜି ପ୍ରଥମ ବ୍ୟକ୍ତି ଭାବରେ ସଫେଇ କର୍ମଚାରୀ ବର୍ଷା ଦେଇ ନେଲେ ଟୀକା । ଟୀକାକରଣ ପରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ସେ ଅନୁଭବ କରି ନଥିବା କହିଛନ୍ତି । ଏଥି ସହ ପ୍ରଥମ ଡାକ୍ତର ଭାବରେ ପ୍ରଫେସର ଡାକ୍ତର ପଣ୍ଡା ନେଇଛନ୍ତି କୋଭିଡ ଟୀକା । ଟୀକା ନେବା ପରେ ସେ ବହୁତ ଗର୍ବ ଅନୁଭବ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଜଣେ ଦାୟିତ୍ୱ ସମ୍ପନ୍ନ ଭାରତୀୟ ଭାବେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଟୀକାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ଅନୁଭବ କରିନାହାନ୍ତି ।ଟୀକାକୁ ସମସ୍ତେ ନିଦ୍ୱର୍ନ୍ଦରେ ନେବା ପାଇଁ ରାମର୍ଶ ଦେଇଛନ୍ତି । ଏହି ଟୀକାକରଣ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ସିଏମସି କମିଶନର ଅନନ୍ୟା ଦାସ ଓ ପ୍ରଫେସର ର୍ଜନ୍ତ ପଣ୍ଡାଙ୍କ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 + 18 =