କଠୋର ହୋଇପାରେ ଜିଏସ୍‍ଟି ପଞ୍ଜିକରଣ ପ୍ରକ୍ରିୟା

ଜିଏସ୍‍ଟି ପରିଷଦ ‘ଲ’ କମିଟିର ଆସନ୍ତାକାଲି ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ନୂଆଦିଲ୍ଲୀରେ ହେବ।ବୈଠକରେ ଜିଏସ୍‍ଟି ପଞ୍ଜିକରଣ ପ୍ରକ୍ରିୟାକୁ ଅଧିକ କଡାକଡି କରିବା ଉପରେ ଆଲୋଚନା କରାଯିବ। ଜିଏସ୍‍ଟି ଆଇନରେ ଆବଶ୍ୟକ ଆଇନ୍‍ଗତ ସଂଶୋଧନ ଆଣିବା ପାଇଁ ଅନ୍ୟାନ୍ୟ ଆଇନ୍‍ଗତ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି। ଦେଶବ୍ୟାପୀ ଜିଏସ୍‍ଟି ମିଥ୍ୟା ଇନ୍‍ଭଏସ୍‍ ଜାଲିଆତି ରୋକିବା ପାଇଁ ଅଭିଯାନର ଅଂଶସ୍ୱରୂପ ଏହି ବୈଠକ ଡକାଯାଇଛି। ଗତ ୪ ଦିନ ଭିତରେ ଜିଏସ୍‍ଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଦ୍ୱାରା ୨୫ଜଣ ଲୋକଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୨ ଜଣ
ପେଶାଦାର ଅଛନ୍ତି ଓ ଏ କ୍ଷେତ୍ରରେ ୩୫୦ଟି ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.

sixteen − 9 =