କମିଲା ପେଟ୍ରୋଲ, ଡିଜେଲ୍

ନୂଆଦିଲ୍ଲୀ: ଦିର୍ଘ ୧ବର୍ଷ ପରେ ତଥା କ୍ରମାଗତ ୨୪ ଦିନ ଧରି ତୈଳ ଦର ବୃଦ୍ଧି ପରେ ଆଜି ପେଟ୍ରୋଲ ଓ ଡିଜ୍ଲେର ମୁଲ୍ୟ ଲିଟର ପିଛା ଯଥାକ୍ରମେ ୧୮ ଓ ୧୭ ପଇସା ହ୍ରାସ ପାଇଛି । ସୂଚନା ଯୋଗ୍ୟ ଯେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ମୁଲ୍ୟ ଏବେ ୫୭ ଡଲାରକୁ ହ୍ରାସ ପାଇଛି । ପ୍ରକାଶ ଥାଉକି ଗତ ବର୍ଷ ମାର୍ଚ୍ଚ ୨୦ତାରିଖରେ ଶେଷ ଥର ପାଇଁ ତୈଳ ଦର ହ୍ରାସ ପାଇଥିଲା । ଗତ ବର୍ଷକ ମଧ୍ୟରେ ପେଟ୍ରୋଲ ଲିଟର ପିଛା ମୁଲ୍ୟ ୨୧ ଟଙ୍କା ୫୮ ପଇସା ଓ ଡିଜେଲ୍ ମୂଲ୍ୟ ୧୯ଟ ୧୮ ପଇସା ବୃଦ୍ଧି ପାଇଛି ।

Leave A Reply

Your email address will not be published.

2 × four =