କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି


ଭୁବନେଶ୍ୱର- ରାଜ୍ୟରେ ଆଜି କରୋନା ନେଲା ଆଉ ୭ ମୁଣ୍ଡ । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୮୩୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଳ୍ଲାର ୨ ଜଣ ହୋଇଥିବା ବେଳେ ବଲାଙ୍ଗିର,କଟକ, ଗଞ୍ଜାମ, ମାଲକାନଗିରି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି । ସୁନ୍ଦରଗଡରୁ ପ୍ରାଣ ହରାଇଥିବା ୬୮ ବର୍ଷୀୟ ବୃଦ୍ଧ ପୂର୍ବରୁ ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି ମାଲକାନଗିରିର ୧୩ ବର୍ଷୀୟ ପିଲା ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲା, ଗଞ୍ଜାମ ଜିଲ୍ଲାର ୭୬ ବର୍ଷୀୟ ବୃଦ୍ଧା ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ, ଖୋର୍ଦ୍ଧାର ୫୯ ବର୍ଷୀୟ ବୃଦ୍ଧ ପୂର୍ବରୁ ବିଭନ୍ନ ରୋଗରେ ଆକ୍ରାନ୍ତ ଥିଲେ, ଖୋର୍ଦ୍ଧା ଜିଳ୍ଲାର ମୃତ୍ୟୁ ବରଣ କରିଥିବା ୭୦ ବର୍ଷୀୟ ବୃଦ୍ଧଙ୍କ ଘର ଭୁବନେଶ୍ୱରର, ବଲାଙ୍ଗିରର ୭୮ ବର୍ଷୀୟ ବୃଦ୍ଧ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ ପଂହଚିଥିବା ବେଳେ ବଲାଙ୍ଗିରରେ ୮, କଟକ ୩୭, ଗଞ୍ଜାମ ୨୦୦, ମାଲକାନଗିରି ୮ ଓ ସୁନ୍ଦରଗଡରେ ୩୭ରେ ପଂହଚିଛି ।

Leave A Reply

Your email address will not be published.

19 − 18 =