ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବୁରାଡ଼ିଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଦିନକୁ ଦିନ ଜୋରଦାର ହେବାରେ ଲାଗିଛି। ମଙ୍ଗଳବାର ୩୫ ଜଣ କୃଷକ ନେତା ଏବଂ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିବା ବେଳେ ଗୁରୁବାର ସରକାର ଓ ଚାଷୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ଏହି ଆଲୋଚନା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଆଜି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ‘ଅଖିଳ ଭାରତ ମୋଟର ପରିବହନ ସଂଘ’ (ଏଆଇଏମ୍ଟିସି) ଡିସେମ୍ବର ୮ରୁ ସମଗ୍ର ଦେଶରେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ଏଆଇଏମ୍ଟିସି ଅଧୀନରେ ଥିବା ୧ କୋଟି ଟ୍ରକ୍ ଏହି ବନ୍ଦରେ ସାମିଲ୍ ହେବେ ବୋଲି ସଂଘ ପକ୍ଷରୁ ଘୋଷଣା କରାଯାଇଛି। ହରଭଜନ ଏକ ଟ୍ବିଟ୍ କରି ଲେଖିଛନ୍ତି, ଫାଇଜର ଏବଂ ବାୟୋଏନଟେକ୍ ଦ୍ବାରା ପ୍ରସ୍ତୁତ ଟିକା ୯୪% ପ୍ରଭାବୀ, ମୋଡେର୍ନା ଟିକା- ୯୪.୫% ପ୍ରଭାବୀ, ଅକ୍ସଫୋର୍ଡ ଟିକା-୯୦% ପ୍ରଭାବୀ….ବିନା ଟିକାରେ ଭାରତୀୟମାନଙ୍କର ସୁସ୍ଥ ହାର୍ ୯୩.୬%। ସତରେ କ’ଣ ଭାରତୀୟମାନଙ୍କୁ ଟିକାର ଆବଶ୍ୟକତା ରହିଛି ? ଭଜିଙ୍କ ଏହି ଟ୍ବିଟ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ସହିତ ୟୁଜରମାନେ ଟ୍ରୋଲ୍ ବି କରୁଛନ୍ତି। ଜଣେ ଟ୍ବିଟର ବ୍ୟବହାରକାରୀ ଭଜିଙ୍କ ଟ୍ବିଟ୍ର ଉତ୍ତର ଦେଇ ତାଙ୍କୁ ପାରିବାରିକ ହ୍ବାଟ୍ସଆପ୍ ଗ୍ରୁପର ‘ମାମୁଁ’ ଉପାଧି ଦେଇଛନ୍ତି। ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଟିକାର ପ୍ରଭାବଶାଳୀତାର ଆକଳନ ୯୩.୬% ସୁସ୍ଥ ହୋଇଥିବା ଲୋକମାନଙ୍କ ଉପରେ କରାଯାଇନାହିଁ। ଏହି ଟିକା ସେହି ୬.୪% ଲୋକଙ୍କ ପାଇଁ, ଯେଉଁମାନେ ସୁସ୍ଥ ହୋଇପାରୁ ନାହାନ୍ତି। ହରଭଜନ ଅଧିକାଂଶ ସମୟରେ ପଡ଼ିଆରେ ନିଜର ମଜାଳିଆ ଆକ୍ସନ ପାଇଁ ଜଣାଯାଆନ୍ତି। ଏପରି କି ପ୍ରତିପକ୍ଷ ଖେଳାଳିଙ୍କ ସହିତ ତାଙ୍କର ବିବାଦୀୟ ଆଚରଣ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ।