କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୫୯୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩ ଜଣ ଗଞ୍ଜାମ ଜିଲ୍ଲାର । ସେଥିରେ ଜଣେ ୫୬ ବର୍ଷୀୟ ପୁରୁଷ ଅଛନ୍ତି ଯିଏ ଡ଼ାଇବେଟିସ୍ ରୋଗରେ ପୀଡିତ ଥିଲେ । ସେହିଭଳି ପୂର୍ବରୁ କୌଣସି ରୋଗ ନଥିବା ବେଳେ ୫୦ ବର୍ଷୀୟ ଜଣେ ପୁରୁଷ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି । ଆଉ ଜଣେ ଗଞ୍ଜାମ ଜିଲ୍ଲାର ୬୫ ବଷୀୟ ପୁରୁଷ କୋଭିଡ଼-୧୯ରେ ପ୍ରାଣ ହରାଇଛନ୍ତି ଏହି ବ୍ୟକ୍ତିଜଣକ ପୂର୍ବରୁ ଡ଼ାଇବେଟିସ୍ ଏବଂ ଅତ୍ୟଧିକଚାପରେ ରୋଗାଗ୍ରସ୍ତ୍ ଥିଲେ । ତେବେ ଗତ ୨୪ ଘଂଟାରେ ରାଜ୍ୟରେ ୫୯୫ ଦୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୩୯୪ ଜଣ ଏବଂ ସ୍ଥାନୀୟ ଅଂଚଳରୁ ଅଛନ୍ତି ୨୦୧ ଜଣ । ଏହା ମଧ୍ୟରେ ଗତ ୨୪ ଘଂଟାରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ ୨୩୦ ଆକ୍ରାନ୍ତ । ବାଲେଶ୍ୱର ୧୧, ବରଗଡ଼ ୩, ଭଦ୍ରକ ୧୧, ବଲାଙ୍ଗୀର ୧, କଟକ ୧୧, ଗଜପତି ୨୦, ଗଞ୍ଜାମ ୨୩୦, ଜଗତସିଂହପୁର ୫, ଯାଜପୁର ୯୭, କଳାହାଣ୍ଡି ୪, କେନ୍ଦ୍ରପଡା ୨, କେନ୍ଦୁଝର ୩, ଖୋର୍ଦ୍ଧା ୭୬, ପୁରୀ ୧୦, ରାୟଗଡ଼ା ୨, ସମ୍ବଲପୁର ୨, ସୁନ୍ଦରଗଡ଼ ୮ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

1 × 3 =