ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱବାସୀ ଭୟ ଓ ଆତଙ୍କ ଭିତରେ ରହିଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା କରୋନା ମହାମାରୀ ପୂରା ପୂରି ଭାବେ ପୃଥିବୀରୁ ଶେଷ ହୋଇଯିବ ବୋଲି ଭାବିବା ଅବାସ୍ତବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ମାତ୍ର ହଁ ବର୍ତମାନ ପ୍ରଚଳିତ ଟିକା ସଂକ୍ରମିତଙ୍କୁ ଡାକ୍ତରଖାନାରେ ମର୍ତି କରିବାରେ କିମ୍ବା ମୃତ୍ୟୁ ହାର ହ୍ରାସ କରିବାରେ ସହାୟ ହେବ ବୋଲି ହୁ’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ହୁ’ର ଜରୁରୀକାଳୀନ କାର୍ଯ୍ୟକ୍ରମର ନିଦେ୍ର୍ଧଶକ ଡକ୍ଟର ମାଇକେଲ ରିୟାନ୍ କହିଛନ୍ତି କି ବର୍ତମାନ ବିଶ୍ୱର ଏକମାତ୍ର ଲକ୍ଷ୍ୟ ହେଉଛି କିଭଳି ଭାବେ କରୋନା ଭାଇରସ୍ ସଂକ୍ରମଣକୁ ହ୍ରାସ କରିବା । ସେ ଆହୁରି ବି କହିଛନ୍ତି ଯେ ଯଦି ଆମେ ବାସ୍ତବରେ ସ୍ମାର୍ଟ, ତେବେ ଏହି ବର୍ଷ ଶେଷ ସୁଦ୍ଧା ଆମେ କରୋନା ମହାମାରୀକୁ ପୂରାପୂରି ଭାବେ ଶେଷ କରିବା ସହ ହସ୍ପିଟାଲ୍ରେ ଭର୍ତି ଓ ମୃତ୍ୟୁ ହାରକୁ ବି କମ୍ କରିବା । ତାଙ୍କ କହିବା କଥା ହେଲା ଟିକା କେବଳ ମୃତ୍ୟୁ ହାର କମ୍ କରିବାକୁ ନୁହେଁ, ହସ୍ପିଟାଲ୍ରେ ଭର୍ତି କରିବାରୁ ନୁହେଁ ବରଂ ଯଦି ସଂକ୍ରମଣ ରୋକିବାରେ ସହାୟ ହୁଏ ତେବେ ଆମେ ଚଳିତବର୍ଷ ଶେଷ ସୁଦ୍ଧା ନିଶ୍ଚୟ କରୋନା ଭାଇରସ୍କୁ ଜିଣିପାରିା । ବର୍ତମାନ ଭାଇରସ୍ ନିୟନ୍ତ୍ରଣରେ ଅଛି ବୋଲି ସେ ତାଙ୍କ ବିବୃତିରେ କହିଛନ୍ତି । ମାତ୍ର ଏହି ବର୍ଷ ଶେଷ ସୁଦ୍ଧା କରୋନା ମହାମାରୀକୁ ପୂରାପୂରି ଭାବେ ଶେଷ କରିବା ପାଇଁ ଆହୁରି ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।