ଭୁବନେଶ୍ୱର- କରୋନା ମହାମାରୀ ସମୟରେ ଓଡିଶାକୁ ଫେରିଛନ୍ତି ୮ ଲକ୍ଷ ୫୩ ହଜାର ୭୭୭ ପ୍ରବାସୀ ଓଡିଆ । ଗୁଜୁରାଟ, ତାମିଲନାଡୁ ଓ କେରଳ ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ୨୭୭ଟି ଶ୍ରମିକ ସ୍ପୋଶାଲ ଟ୍ରେନର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାର ପୂର୍ବତଟ ରେଲବାଇକୁ ୯ କୋଟି ଟୀଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଓଡିଶାକୁ କେତେ ପ୍ରବାସୀ ଶ୍ରମିକ ଫେରିଛନ୍ତି ତାହାର ତଥ୍ୟ ନାହିଁ । ତେଣୁ ବ୍ଳକୱାରୀ ତତ୍ୟ ସଂଗ୍ରହ କରାଯାଉଛି ବୋଲି ସୂଚନା ମିଳିଛି ।