ଭୁବନେଶ୍ୱର- କରୋନା ଯୋଦ୍ଧା ପିଲାଙ୍କ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି ଛାଡ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସ୍କୁଲ ଫି ଛାଡ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସମୟରେ ହେଷ୍ଟେଲ ଫି ପୂରା ଛାଡ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ । ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି । ଏପରିସ୍ଥିତିରେ ଯୋଦ୍ଧାମାନେ ଘରକୁ ନଯାଇ ମେଡିକାଲରେ ରହି ରୋଗୀଙ୍କୁକରୋନା ବିରୋଧରେ ଲଢେଇ ଜାରି ରଖିଛନ୍ତି । ତେଣୁ ଏଭଳି ସମୟରେ କରୋନା ଯୋଦ୍ଧାଙ୍କ ସ୍କୁଲ ଫି ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।