ନୂଆଦିଲ୍ଲୀ- କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ତିନିମାସ ପାଇଁ ପ୍ରଧାନମନ୍ତ୍ରୀ ପିଏଫ ଆକାଉଂଟରେ ଟଙ୍କା ରଖିବେ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ବିଦ୍ୟମାନ ଯୋଜନାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ ଅନୁମୋଦନ କରିଛି । ଯାହା ଅଧୀନରେ ସରକାର ର୍କମଚାରୀ ଓ ନିଯୁକ୍ତିଦାତାଙ୍କ ପ୍ରୋଭିଡେଂଟ ପାଣ୍ଠି ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସରକାର ମୋଟ ୨୪ ପ୍ରତିଶତ ଯୋଗଦାନ କରୁଛନ୍ତି । ଯେଉଁଥିରେ ୧୨ ପ୍ରତିଶତ ନିଯୁକ୍ତି ଦାତା ଏବଂ ପ୍ରୋଭିଡେଣ୍ଟ ଫଣ୍ଡରେ କର୍ମଚାରୀ ଅଛନ୍ତି । ଏହି ଅଂଶକୁ ସରକାର ଆଉ ୩ ମାସ ବୃଦ୍ଧି କରିଛନ୍ତି । ସରକାରଙ୍କ ଏହି ନିଷ୍ପତି ଯୋଗୁଁ କର୍ମଚାରୀଙ୍କ ଦରମା ତିନିମାସ ଅଧିକ ହେବ ଓ ଅନ୍ୟ ପଟେ ନିଯୁକ୍ତିଦାତା ମାନେ ଆର୍ଥିକ ଲାଭ ପାଇବେ । କରୋନା ଲକଡାଉନ ପାଇଁ ଆର୍ଥକ ପରିସ୍ଥିତି ଦେଇ ଗତି କାରୁଥିବା କର୍ମଚାରୀଙ୍କ ପାଇଁ ସରକାର ଏଭଳି ପଦକ୍ଷେପ ଆପଣେଇଛନ୍ତି ।