କୂଅରେ ଖସିଲା କାର ; ଚାଲିଗଲା ୬ ଜଣଙ୍କ ଜୀବନ

ମହୋବା : ମଧ୍ୟପ୍ରଦେଶର ଛତରପୁର ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ୩ ଜଣ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। କୂଅ ମଧ୍ୟକୁ ଏକ କାର ଖସିଯିବାରୁ ଏଭଳି ଦୁର୍ଘଟଣା ଘଟିଛି। ମୃତକମାନେ ଉତ୍ତରପ୍ରଦେଶର ମହୋବା ଜିଲାର ବୋଲି ପ୍ରାର୍ଥମିକ ସୂଚନାରୁ ଜଣାପଡ଼ିଛି। ସଭିଏଁ ମଧ୍ୟପ୍ରଦେଶର ଛତରପୁରକୁ ବରଯାତ୍ରୀ ଭାବେ ଯାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ମହୋବା ଜିଲାର ଚରଖାରୀ ଥାନା ଅନ୍ତର୍ଗତ ସ୍ୱାସା ମାଫ ଗାଁ ଠାରୁ ଲୋକେ ଛତରପୁର ଜିଲାର ମହାରାଜପୁର ଥାନାର ଦିବାନ ଜିର ପୁରବା ଗାଁକୁ ଯାଇଥିଲେ। ଗାଁ ଜନବସତି ଅଞ୍ଚଳରେ ଏକ କୂଅ ଥିଲା। କାରରେ ଯାଉଥିବା ଉକ୍ତ ବରଯାତ୍ରୀମାନେ ଗାଡିକୁ ପଛକୁ କରୁଥିବା ସମୟରେ ତାହା ସେହି କୂଅ ମଧ୍ୟକୁ ଖସିପଡିଥିଲା। ଗାଡ଼ିରେ ମୋଟ ୯ ଜଣ ଥିଲେ ବୋଲି ଜଣାପଡ଼ିଛି। କୂଅରେ ଖସିବା ପରେ ଘଟଣାସ୍ଥଳରେ ଚାଳକ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.

eighteen + two =