କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ତଥା ଶ୍ରୀବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଭେଟି ସାଂସଦ ସୁବାସ ସିଂହଙ୍କ, ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ଦାବି କରିଛନ୍ତି । ପାର୍ଲାମେଂଟରେ ଶ୍ରୀ ଗୋୟଲଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଦେଶ ତଥା ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଏଯାବତ୍ କେନ୍ଦ୍ରପଡ଼ାର ରସାବଳୀକୁ ଜିଆଇ ଟ୍ୟାଗ୍ ମିଳିନାହିଁ । ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଲେ କେନ୍ଦ୍ରାପଡ଼ାର ରସାବଳୀ ଆହୁରି ଅଧିକ ପରିଚିତ ହେବ । ଦେଶ ଓ ବିଦେଶର ପର୍ଯ୍ୟଟକମାନେ ମଧ୍ୟ ତୁଳସୀକ୍ଷେତ୍ର ପ୍ରତି ଆକର୍ଷିତ ହେବେ । ଏଥିସହ ଭିତର କନିକା, ୧୮୦ ବର୍ଷ ପୁରୁଣା ବ୍ରିଟିସ୍ ଅମଳର ହୁକିଟୁଲା ବତିଘର ଏବଂ ବଙ୍ଗୋପସାଗରର ସୁବିସ୍ତିର୍ଣ୍ଣ ଜଳରାଶି ଆଦି ଦେଖିବାକୁ ମନ ବଳାଇବେ ବୋଲି ବୁଦ୍ଧିଜୀବୀ ତଥା ସାଂସଦମାନେ ଦାବି କରିଛନ୍ତି ।

Leave A Reply

Your email address will not be published.

5 × 1 =