ପଞ୍ଚଦଶ ଅର୍ଥ ଆୟୋଗ ଆଜି ଏହାର ଚୂଡାନ୍ତ ରିପୋର୍ଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଛନ୍ତି। ‘କୋଭିଡ ସମୟରେ ଅର୍ଥ ଆୟୋଗ’ ଶୀର୍ଷକ ରିପୋର୍ଟରେ ଆସନ୍ତା ୫ ବର୍ଷ ଯାଏଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟ୍ୟାକ୍ସ ବଣ୍ଟନ ବିଷୟ ଉଲ୍ଲେଖ ରହିଛି। ପଞ୍ଚଦଶ ଅର୍ଥ କମିସନ ଚେୟାରମ୍ୟାନ୍ ଓ ସଦସ୍ୟବୃନ୍ଦ ପଞ୍ଚଦଶ ଅର୍ଥ କମିସନ ରିପୋର୍ଟ ର ଏକ ନକଲକୁ ପ୍ରଧାନମନ୍ତ୍ରୀଙ୍କୁ ଗତକାଲି ହସ୍ତାନ୍ତର କରିଛନ୍ତି। ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଅର୍ଥ କମିସନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଗତ ୪ ତାରିଖରେ କମିସନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରିପୋର୍ଟ ହସ୍ତାନ୍ତର କରିଥିଲେ। ଚେୟାରମ୍ୟାନ୍ ଏନ୍.କେ.ସିଂହ ଓ କମିସନ ର ସଦସ୍ୟ ଅଜୟ ନାରାୟଣ ଝା, ଅନୁପ ସିଂହ, ଡକ୍ଟର ଅଶୋକ ଲାହିଡି ଓ ଡକ୍ଟର ରମେଶ ଚାନ୍ଦ ଓ କମିସନ ସଚିବ ଅରବିନ୍ଦ ମେହେଟ୍ଟା ଏହି ରିପୋର୍ଟ ହସ୍ତାନ୍ତର କରିଛନ୍ତି।