କୋଭିଡ କଟକଣାକୁ ଫୁ: ପୁଣି ଗର୍ଜିଲେ ସ୍ୱାଭିମାନବାସୀ


ମାଲକାନାଗିରି- କୋଭିଡ କଟକଣାକୁ ଖାତିରି ନ କରି ପୁଣି ସ୍ୱାଭିମାନ ଅଂଚଳରେ ଗର୍ଜିଲେ ସ୍ୱାଭିମାନବାସୀ । ବିଭିନ୍ନ ସମସ୍ୟାକୁ ନେଇ ମାଲକାନଗିରି ଚିତ୍ରକୋଣ୍ଡାର ଗଜଳମାମୁଡି ଗ୍ରାମରେ ସିପିଆଇଏମ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା । ୯ ଟି ପଂଚାୟତର ୪୦ ପ୍ରତିଶତ ପରିବାର ରାସନ କାର୍ଡରୁ ବଂଚିତ ଅଛନ୍ତି । ବାରମ୍ବର ଆବେଦନ ସତ୍ୱେ ସେମାନଙ୍କୁ ଦାବି ଶୁଣୁ ନାହାନ୍ତି । ଏତଦ ବ୍ୟତିତ କରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢା ବନ୍ଦବୋସ୍ତ କରିବା, ଚିତ୍ରକୋଣ୍ଡା ବ୍ଳକରେ ହେଉଥିବା ଦୁର୍ନୀତିର ତଦନ୍ତ କରିବା, ଲାଂଚ ନେଉଥିବା ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା, ମୌଳିକ ସୁବିଧାରୁ ବଂଚିତ ହେଉଥିବା ଆଦିବାସୀଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବନିମ୍ନ ସୁବିଧା ଯୋଗାଇ ଦେବା, ଗଜଳମାମୁଡି ଓ ଯୋଡମ୍ବରେ ଦିଆଯାଇଥିବା ଚାଉଳର ତଦନ୍ତ ସହ ଏମିତି ଅନେକ ଦାବି ନେଇ ଶହ ଶହ ଲୋକ ସ୍ଳୋଗାନ ଦେଇଛନ୍ତି ।

Leave A Reply

Your email address will not be published.

7 + nine =