କୋଭିଡ ଟିକା ବିକାଶ, ଉତ୍ପାଦନ ଏବଂ ବିତରଣରେ ଭାରତ ଗ୍ରହଣ କରିବ ଗୁରୁତ୍ୱପୂର୍ଣ୍ଣ ଭୂମିକା

କୋଭିଡ ଟିକା ବିକାଶ କ୍ଷେତ୍ରରେ ଭାରତର ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହା ବିଶ୍ୱର ଆବଶ୍ୟକତା ପୁରଣ ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। କରୋନା ବିରୋଧୀ ଲଢେଇରେ ସାରା ବିଶ୍ୱକୁ ଭାରତ ସଫଳତାର ସହ ଆଗେଇ ନେବା ପରେ, ଭାରତ ବର୍ତ୍ତମାନ କୋଭିଡ ଟିକା ବିକାଶ, ଉତ୍ପାଦନ ଏବଂ ବିତରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି। ଗୁଜୁରାଟୀ ଦୈନିକରେ ପ୍ରକାଶିତ ଏକ ନିବନ୍ଧ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଭାରତକୁ ବିଶ୍ୱର ପ୍ରମୁଖ ଔଷଧୀୟ କ୍ଷେତ୍ର ଭାବେ ଗଢି ତୋଳିବା ପାଇଁ ପ୍ରେରଣା ଦେଇଛନ୍ତି। ବିଶ୍ୱର ଅନ୍ୟ ଦେଶ ତୁଳନାରେ କରୋନା ମହାମାରୀ ବିରୋଧୀ ଲଢେଇରେ ଭାରତ ଭଲ ପ୍ରଦର୍ଶନ କରୁଛି। ଏଠି ନିମନ୍ତେ ସର୍ବୋତ୍ତମ ମାନଦଣ୍ଡ ହେଉଛି ୧୦ ଲକ୍ଷ ଜନସଂଖ୍ୟାରେ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା। ନଭେମ୍ବର 28 ସୁଦ୍ଧା ଭାରତରେ ୧୦ ଲକ୍ଷ ଜନସଂଖ୍ୟାରେ ୬ ହଜାର ୭୩୧ଟି ସଂକ୍ରମଣ ମାମଲା ରହିଛି ଯାହା ଆମେରିକା, ବ୍ରିଟେନ, ଫ୍ରାନ୍ସ, ବ୍ରାଜିଲ ଏବଂ ଇଟାଲୀ ସମେତ ବିଶ୍ୱର ଅନେକ ଦେଶ ତୁଳନାରେ ବହୁତ କମ୍ ଅଟେ। ସେହିଭଳି ଭାରତରେ ୧୦ ଲକ୍ଷ ଜନସଂଖ୍ୟାରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି, ଯାହା ଆମେରିକା, ବ୍ରାଜିଲ, ଫ୍ରାନ୍ସ, ସ୍ପେନ୍, ବ୍ରିଟେନ, ଇଟାଲୀ ଭଳି ଦେଶ ତୁଳନାରେ ବହୁତ କମ୍ ଅଟେ। କରୋନା ଭାଇରସ୍ ମହାମାରୀ ଆରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ଯୋଗୁଁ ଏହା ଘଟିଛି। ବର୍ତ୍ତମାନ ଆଣ୍ଟି କୋଭିଡ ଟିକା ବିକାଶ ତଥା ଉତ୍ପାଦନରେ ଭାରତ ବିଶ୍ୱରେ ଆଗୁଆ ରହିଛି। ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଏବଂ ଦେଶର ଟିକା ବିକାଶ ନେଇ ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା ଏହି ଦିଗରେ ଏକ ବଡ ପଦକ୍ଷେପ। ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ୧୦୦ଟି ଦେଶର ରାଷ୍ଟ୍ରଦୂତଙ୍କ ନିର୍ଦ୍ଧାରିତ ଗସ୍ତ ମଧ୍ୟ ଏହି ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.

nineteen − 2 =