ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ କୋଭିସିଲ୍ଡ ଟିକାକୁ କ୍ଲିନିକାଲ ଟ୍ରାଏଲ ଚାଲିଥିବା ବେଳେ ଏହାକୁ ଏକ ବଡ ବଡ ଝଟକା ମିଳିଛି । କୋଭିସିଲ୍ଡ ର କ୍ଲିନିକାଲ ଟ୍ରାଏଲ ବେଳେ ବ୍ରାଜିଲର ଜଣେ ସ୍ୱେଚ୍ଛାସେବୀଙ୍କର ମୃତୁ୍ୟ ହୋଇଛି । ବ୍ରାଜିଲରେ ବିଭିନ୍ନ ଟିକାର ଟ୍ରାଏଲ ତଦାରଖ କରୁଥିବା ନ୍ୟାସନାଲ ହେଲଥ ସର୍ଭେଲାନ୍ସ ଏଜେନ୍ସି ପକ୍ଷରୁ ଏହି ସୂଚନା ମିଳିଛି । ମୃତ ସ୍ୱେଚ୍ଚାସେବୀ ଜଣଙ୍କୁ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା ଦିଆଯାଇଥିଲା ।ତାଙ୍କ ବୟସ ୨୮ ବର୍ଷ ଓ ସେ ପେଷାରେ ଜଣେ ଡାକ୍ତର ବୋଲି ଜଣାପଡିଛି । ରିଓ ଡି ଜେନେରିଓସ୍ଥିତ କୋଭିଡ ହସ୍ପିଟାଲରେ ସେ କରୋନା ଆକ୍ରାନ୍ତଙ୍କ ଚିକିସôା କରୁଥିଲେ । କୋଭିସିଲ୍ଡ ଟିକାର କ୍ଳିନିକାଲ ଟ୍ରାଏଲ ବେଳେ ଜଣଙ୍କ ମୃତୁ୍ୟ ହୋଇଥିଲେ ମଧ୍ୟ ଟ୍ରାଏଲ ଜାରି ରହିବ ବୋଲି ବ୍ରାଜିଲ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସ୍ୱେଚ୍ଛାସେବୀଙ୍କ ମୃତୁ୍ୟର କାରଣ ଜାଣିବାକୁ ଏକ ସ୍ୱତନ୍ତ୍ର କମିଟି ତଦନ୍ତ କରିବ । ତେବେ ଗତମାସରେ କୋଭିସିଲ୍ଡ ଟିକାର କ୍ଲିନିକାଲ ଟ୍ରାଏଲ କିଛି ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇ ପଡିବାରୁ ଏହାର ପରୀକ୍ଷଣ ସ୍ଥଗିତ ରଖାଯାଇଥିଲା ।ବ୍ରାଜିଲ, ଦକ୍ଷିଣ ଅଫ୍ରିକା , ଜାପାନ, ବ୍ରିଟେନ ସହ ଭାରତରେ ଏହାର ପରୀକ୍ଷଣ ଏବେ ଚାଲୁ ରହିଥିବା ବେଳେ ଆମେରିକାରେ ପରୀକ୍ଷଣ ସ୍ଥଗିତ ରହିଛି ।