ବିହାର- ବିହାର ବିଧାନସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ପାଇଁ ଦୁଇ ନିର୍ବାଚନ କମିଶନର ସଦସ୍ୟ ଆଜି ବିହାର ଗ୍ରସ୍ତ କରିଛନ୍ତି । ଡେପୁଟି ନିର୍ବାଚନ କମିଶନର ସୁଦୀପ ଜେନ ଓ ଚନ୍ଦ୍ରଭୂଷଣ କୁମାର ଦୁଇ ଦିନିଆ ଗ୍ରସ୍ତରେ ଯାଇଛନ୍ତି । ନିର୍ବାଚନର ପ୍ରସ୍ତୁତି ଉପରେ ସେଠାରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ଦୁଇ କମିଶନର ସମସ୍ତ ଜିଲ୍ଲାର ଡିଏମ ଓ ଏସଏସପି-ଏସପିଙ୍କ ସହ ସାକ୍ଷାତ କରିବେ । ଆଜି ଏହି ବୈଠକ ମୁଜାଫରପୁର, ସୀତାମାରହି,ଶିବହର,ବୈଶାଳୀ, ଡରଭଙ୍ଗା, ମଧୁବାନି,ସମସ୍ତିପୁର,ସହାରଶ୍ର, ସୁପାଉଲ ଓ ମାଧେପୁରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନ୍ୟ ଏକ ବୈଠକ ପାଟନାର ହୋଟଲ ଲେମନରେ ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନ ଭଗଲାପୁର, ବଙ୍କାଳ ମୁନଗେର, ଲକ୍ଷିସରାଇ, ଶିକ୍ଷାପୁର, ଜାମୁ,ଖଗଦିଆ,ବେଗୁସରାଇ,ପୁରନିଆ, ଆରାରିଆ ଇତ୍ୟାଦି ଯାଗାରେ ଏହି ବୈଠକ ଅନୁଷ୍ଠିତ ହେବ । ଭୱାନ ଏବଂ ଭଗଲାପୁରରେ ସକାଳ ୯ଟାରୁ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ କରାଯିବ ।