ଭୁବନେଶ୍ୱର- ପବିତ୍ର ଗୁରୁ ଦିବସ ଅବସରରେ ଓଡିଶାର ୨ ଶିକ୍ଷକଙ୍କ ସମେତ ଦେଶର ୪୭ ଜଣ ଶିକ୍ଷକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ରଷ୍ଟ୍ରପତି ରାମନାଥ କୋବିନ୍ଦ ଭିଡିଓ କନଫରେସିଂ ଜରିଆରେ ଜାତୀୟ ଶିକ୍ଷକ ସମ୍ମାନୀତ କରିଛନ୍ତି । ଓଡିଶା ବୌଦ୍ଧ ଜିଲ୍ଲାର ହରଭଙ୍ଗା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ଓ ଖୋର୍ଦ୍ଧା ଦୃଷ୍ଟିବାଧିତ ଭୀମଭୋଇ ବିଦ୍ୟାଳୟର ଶିକ୍ଷକତା କରୁଥିବା ତାପସ କୁମାର ମହାନ୍ତି । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।