ଖୋର୍ଦ୍ଧା- କରୋନା ମହାମାରୀ ପାଇଁ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । ପୂର୍ବରୁ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଗଣେଶ ପୂଜା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।ସେହିପରି କଟକ ଓ ଭୁବନେଶ୍ୱରରେ ସର୍ବସାଧାରଣରେ ଗଣେଶ ପୂଜା ନକରିବାକୁ କମିଶନରେଟ ପୋଲିସ ନିର୍ଦେଶ ଦେଇଛି ।