ଗଞ୍ଜାମକୁ ଟପିଲା ଖୋର୍ଦ୍ଧା


ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଲକଡାଉନ ସଟଡାଉନ ସତ୍ୱେ ବଢିଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେହି ଅନୁପାତରେ ମୃତୁ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଥିବା ବେଳେ ସ୍ଥିତିରେ କୌଣସି ସୁଧାର ଆସୁନାହିଁ । ତେବେ ଦେଖିବାକୁ ଗଲେ ଅଗଷ୍ଟ ମାସରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ପାର କରୁଛି । ଆଜି ଗୋଟିଏ ଦିନରେ ୩୦ ଜିଲ୍ଲାରୁ ସର୍ବାଧିକ ୨୯୨୪ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ହେବ ରାଜ୍ୟର କରୋନା ହଟସ୍ପଟ ସାଜିଥିବା ଗଞ୍ଜାମକୁ ପଛରେ ପକାଇଛି ଖୋର୍ଦ୍ଧା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ମୁତାବକ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୭୬୭ ଥିବା ବେଳେ ଖୋର୍ଦ୍ଧରେ ଏହି ସଂଖ୍ୟା ୮୬୫୦ ରହିଛି । ସେହିପରି କଟକରେ ୩୯୩୬, ଗଜପତି ୨୩୫୧, ଯାଜପୁର ୨୦୪୨, ବାଲେଶ୍ୱର ୧,୯୭୬, ଜଗତସିଂହପୁର ୧୦୭୧, ପୁରୀ ୧୭୯୨, କେନ୍ଦ୍ରାପଡା ୮୬୧, ଭଦ୍ରକ ୧୫୦୯, ସୁନ୍ଦରଗଡ ୧୩୧୩, କୋରାପୁଟ ୧,୮୦୮, ନୟାଗଡ ୧୪୮୦, କେନ୍ଦୁଝର ୧୧୯୭, ନୂଆପଡା ୨୬୯, ଝାରସୁଗୁଡା ୫୪୨, ଢେଙ୍କନାଳ ୯୦୫, କଳାହାଣ୍ଡି ୭୪୦, ବରଗଡ ୮୪୮, ଅନୁଗୁଳ ୫୧୫, ମାଲକାନାଗିରି ୧୨୪୯, ସମ୍ବଲପୁର ୧୪୪୬, ରାୟଗଡା ୧,୧୭୩, ବୌଦ୍ଧ ୩୮୦, ସୋନପୁର ୩୩୨, ଦେବଗଡ ୧୩୭, ନବରଙ୍ଗ ୪୯୧ରେ ପଂହଚିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୫୦କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୪୦, ୭୨ଜଣ ସୁସ୍ଥ ହୋଇଛନ୍ତି । ୧୮,୯୨୮ ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.

four × 4 =