କଟକ- କଟକ-ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ ପାଇଁ ହାଇକୋର୍ଟରେ ଅପିଲ କରାଯାଇଛି । ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ଏଥିରେ ମୁଖ୍ୟସଚିବ, ଏସଆରସି, ପୋଲିସ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ସିଏମସି କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି । ପୂର୍ବରୁ ଦ୍ୱୈତନଗରୀରେ ଗଣେଶ ପୂଜା କରିବାକୁ ବାରଣ କରିଥିଲା କମିଶନରେଟ ପୋଲିସ । କଟକ -ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ପୂଜା କରିବାକୁ ବାରଣ କରାଯାଇଥିଲା । ଯାହାଫଳରେ ପୂଜା କମିଟି କର୍ମକର୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କୋଭିଡ ଗାଇଡଲାଇନ ପାଳନ କରି ଗଣେଶ ପୂଜା କରିବା ପାଇଁ ସେ ଦାବି କରିଥିଲେ ।