ଭୁବନେଶ୍ୱର- ରାଷ୍ଟ୍ରୀୟ ମର୍ଯ୍ୟାଦ ସହ ଗାଁ ମାଟିରେ ସରିଲା ସହିଦ ଯବାନ ଦେବାଶିଷ ସେଠୀଙ୍କ ଶେଷକୃତ୍ୟ ସମ୍ପନ । ଗତକାଲି ରାତିରେ ସହୀଦ ଦେବାଶିଷଙ୍କ ମର ଶୀରର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଳକ ଅଙ୍ଗପଡା ଗାଁରେ ପହଂଚି ଥିଲା । ଶହଶହ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ମର ଶରୀର ପଂହଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କନ୍ଧମାଳ-କଳାହାଣ୍ଡି ସୀମାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୫ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ ଜଣ ଯବାନ ସହିଦ ହୋଇଥିଲେ ।