‘ଗିରଫ ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ, ଯଥେଷ୍ଟ ପ୍ରମାଣ ଅଛି’

ଖୋର୍ଦ୍ଧା: “ଦୁଷ୍କର୍ମ ଯୋଗୁଁ ପରୀକୁ ହତ୍ୟା କରାଯାଇଛି। ଘଟଣାରେ ଗିରଫ ବ୍ୟକ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ପଚରାଉଚରା ସମୟରେ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ।” ପରୀ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ହଟଚମଟ ଜାରି ରହିଥିବା ବେଳେ ଆଜି ଏହି  ସୂଚନା ଦେଇଛନ୍ତି  ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଘଟଣାର ତଦନ୍ତ ନିମନ୍ତେ ଯଦୁପୁରରେ  ପହଞ୍ଚିଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ଯାହାଙ୍କୁ ଗିରଫ କରିଛୁ, ତାଙ୍କ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ସଂଗ୍ରହ କରିଛୁ।  ଗତ ୧୦ ଦିନ ହେଲା ଲଗାତାର ଆମେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛୁ। ଦୁଷ୍କର୍ମ ଯୋଗୁଁ ଘଟଣା ଘଟିଥିବା ତଦନ୍ତରୁ ଜାଣିବାକୁ ପାଇଲୁ। ଏନେଇ ଯଥେଷ୍ଟ ପ୍ରମାଣ ପାଇବା ପରେ ହିଁ ତାଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ତାଙ୍କୁ କିଏ ସାହାଯ୍ୟ କରିଛନ୍ତି କି ନାହିଁ ତାର ତଦନ୍ତ ଏବେ ଚାଲୁ ରହିଛି। ଏହାବ୍ୟତୀତ ବୋଥ୍ରା କହିଛନ୍ତି, ଆଜି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବୁ, ରିମାଣ୍ଡ ମାଗିବୁ।  ତଦନ୍ତ ଚାଲୁ ରହିବ । ପୂର୍ବରୁ ମୋ ନାଁରେ ବି ବହୁତ ଅଭିଯୋଗ ଆସିଛି। ଆମେ ଫାଇନାଲ ଅଥରିଟି ନୁହେଁ। ତେଣୁ ଯାହା କହିବା କଥା ଆମେ କୋର୍ଟରେ କହିବୁ ବୋଲି କହିଛନ୍ତି ଏସ୍‌ଆଇଟି ମୁଖ୍ୟ ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା  କରାଯିବା ପରେ ତାଙ୍କୁ ଯଦୁପୁରସ୍ଥିତ ନିଜ ଘରକୁ ନିଆଯାଇଥିବା ଜଣାଯାଇଛି। ଏହାବ୍ୟତୀତ, ଅଧିକ ପ୍ରମାଣ ଯୋଗାଡ଼ ପାଇଁ ପରୀ ଶରୀରର କିଛି ହାଡ଼ ପଡ଼ିଥିବା ପୋଖରୀକୁ ଶୁଖାଯିବା ନିମନ୍ତେ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି। ଆଜି ନୟାଗଡ଼ ସଦର ଥାନା ଆଇଆଇସି ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏନେଇ ଆଲୋଚନା ହେଉଛି।

Leave A Reply

Your email address will not be published.

2 × five =