ଗୋଟିଏ ଦିନରେ ଚାଷୀଙ୍କ ଖାତାରେ ପିଏମ୍-କିଷାନ୍ ଓ କାଳିଆ କିସ୍ତି

ନୂଆଦିଲ୍ଲୀ: ପବିତ୍ର ଅକ୍ଷୟ ତୃତୀୟା ଅବବ୍ୟାହିତ ପୂର୍ବରୁ ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଏବଂ ଓଡିଶା ସରକାରଙ୍କ କାଳିଆ ଯୋଜନାରେ କିସ୍ତି ଅର୍ଥ ସିଧାସଳଖ ଚାଷୀଙ୍କ ଖାତାକୁ ସ୍ଥାନାନ୍ତରିତ କରାଯାଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର (ପିଏମ୍-କିଷାନ) ଅଷ୍ଟମ କିସ୍ତିରେ ୯.୫ କୋଟିରୁ ଉଦ୍ଧ୍ୱର୍ ଚାଷୀଙ୍କ ବ୍ୟାଙ୍କ ଆକାଉଂଟକୁ ୨୦,୦୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି । ଚାଷୀଙ୍କ ଖାତା ଏଅର୍ଥ ସିଧାସଳଖ ଜମା ହୋଇଛି ।
ସୂଚନାଯୋଗ୍ୟ, ୨୦୧୯ ଫେବ୍ରୃଆରିରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏଥିରୁ ସହାୟତା ପାଇବା ନିମନ୍ତେ ୧୧.୮୦ କୋଟି କୃଷକ ନାମ ପଞ୍ଜିକରଣ କରାଇଥିଲେ । ପ୍ରତି ୪ ମାସରେ ୨୦୦୦ ଲେଖାଁଏ କରି ଏହି ଯୋଜନାରେ ହିତାଧିକାରୀଙ୍କୁ ବର୍ଷକୁ ୬୦୦୦ ଟଙ୍କା ସହାୟତା ମିଳେ । ଏଯାବତ୍ ଏହି ଯୋଜନାରେ କୃଷକମାନଙ୍କୁ ୧.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିବା କଥା ଗୁରୁବାର ଦିନ ସରକାର ରିଲିଜ୍ କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି । ଅର୍ଥରାଶି ରିଲିଜ୍ କରିସାରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାଦ୍ୱାରା ଉପକୃତ କେତେଜଣ ହିତାଧିକାରୀଙ୍କ ସହ ଆଳାପ କରିଥିଲେ । ଜୈବିକ ପଦ୍ଧତିରେ ଚାଷ କରିବା ନିମନ୍ତେ ଖଣ୍ଡେ ଟାଙ୍ଗରା ଭୂଇଁକୁ ଉପଯୁକ୍ତ କରିଥିବା ଆନ୍ଧ୍ୟପ୍ରଦେଶର ଜଣେ ମହିଳା-କୃଷକଙ୍କ ସହ ଆଳାପ କରୁଥିବା ବେଳେ ପ୍ରଧାନମନ୍ତ୍ରୀ କହିଲେ, ଆପଣ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ଆପଣଙ୍କ ଆତ୍ମବିଶ୍ୱାସ ହିଁ ଆପଣଙ୍କ ସାମର୍ଥ୍ୟ ଏବଂ ଅଭିଜ୍ଞତା କଥା ବଖାଣୁଛି ।
ଅନ୍ୟପକ୍ଷରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନାରେ ରାଜ୍ୟର ୩୫ଲକ୍ଷ ଚାଷୀଙ୍କ ଅର୍ଥ ପ୍ରଦାନ କରିଛନ୍ତି । ଚାଷୀଙ୍କୁ ଏହା ରାଜ୍ୟସରକାରଙ୍କର ଏହା ଅକ୍ଷୟତୃତୀୟା ଉପହାର ବୋଲି କୁହାଯାଇଛି । ପ୍ରକାଶ ଥାଉକି ନୂଆ ବର୍ଷରେ କାଳିଆ ଯୋଜନାରେ ଏକ କିସ୍ତି ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

2 × three =