ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୩୨୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୧୫ ଓ ସ୍ଥାନୀୟ ସଂକ୍ରମିତ ୧୩୨୦ ରହିଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ଏନେଇ ସୂଚନା ଦେଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୫୦୬, କଟକ ୩୧୮, ଅନୁଗୁଳ ୧୭୯, ବାଲେଶ୍ୱର ୧୦୦, ବରଗଡ ୧୩୭, ଭଦ୍ରକ ୧୩୭, ଭଦ୍ରକ ୬୭, ବଲାଙ୍ଗିର ୧୦୧, ବୈଦ୍ଧ ୪୨, ଦେଓଗଡ ୧୨, ଢେଙ୍କାନାଳ ୬୯, ଗଜପତି ୩୧, ଗଞ୍ଜାମ ୨୮, ଜଗତସିଂପୁର ୮୬, ଯାଜପୁର ୧୧୦, ଝାରସୁଗୁଡା ୭୧, କଳାହାଣ୍ଡି ୪୨, କନ୍ଧମାଳ ୬୨, କେନ୍ଦ୍ରାପଡା ୧୦୩, କେନ୍ଦୁଝର ୮୬, କୋରାପୁଟ ୫୯, ମାଲକାନଗିରି ୨୧, ମୟୂରଭଞ୍ଜ ୧୧୮, ନବରଙ୍ଗପୁର ୧୨୪, ନୟାଗଡ ୪୩, ନୂଆପଡା ୪୩, ନୂଆପଡା ୧୦୬, ପୁରୀ ୭୯, ରାୟଗଡା ୧୦୧, ସମ୍ବଲପୁର ୧୨୦, ସୋନପୁର ୬୫, ସୁନ୍ଦରଗଡ ୧୦୧ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୨୬୦୯ ରହିଥିବା ବେଳେ ୧୭୩୫୭୧ ଆରୋଗ୍ୟଲାଭ କରିଛନ୍ତି ଓ ୩୮୧୭୨ ସକ୍ରିୟ ମାମଲା ରହିଛି ।