ନୂଆଦିଲ୍ଲୀ- ଗୋହ୍ୱାଟି ହସ୍ପିଟାଲରେ କୋଭାକ୍ସିନର ଦ୍ୱିତୀୟ  କ୍ଳିନିକାଲ ଟେଷ୍ଟ କରାଯାଇଛି । ଏନେଇ ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱ ସରମା କହିଛନ୍ତି । ଏହି ଟେଷ୍ଟ ମଧ୍ୟ ସଫଳ ହୋଇଛି । ପ୍ରଥମ ଫେଜରେ ଏହି ପରୀକ୍ଷଣ ସଫଳ ହୋଇଥିଲା । ଆସାମରେ ୧୮,୨୨ ଲକ୍ଷ ସାମ୍ପୁଲ ଟେଷ୍ଟ କରାଯାଇଥିଲା ,ସେମାନଙ୍କ ଭିତରୁ   ୭୯,୬୬୭ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ୫୬,୭୩୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆସାମାରେ ଆରେଗା୍ୟ ହାର  ୭୧.୨ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୦.୨୫ ପ୍ରତିଶତ ରହିଛି ।  ଦିଲ୍ଲୀ, ତାମିଲନାଡୁ, ଗୁଜୁରାଟ ଓ ପଶ୍ଚିମବଙ୍ଗ ଓ ତ୍ରିପୁରାରେ ଆରୋଗ୍ୟ  ହାର ଅସାମ ତୁଳନାରେ କମ ରହିଛି । ଆସାମରେ  କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୭ ରହିଛି ।