ଗ୍ୟାସ ସିଲିଣ୍ଡର ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ

ପାଟନା: ବିହାରର କିଶନଗଞ୍ଜ ଜିଲାରେ ସୋମବାର ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ୪ ଶିଶୁ ସମେତ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜିଲାର ସଲାମ କଲୋନୀର ଏକ ଘରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, ସୋମବାର ସକାଳେ ସଲାମ କଲୋନୀର ଏକ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହି ନିଆଁ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡରରେ ଲାଗିଯାଇଥିଲା। ଫଳରେ କିଛି ସମୟ ମଧ୍ୟରେ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ ନିଆଁ ଦ୍ରୁତଗତିରେ ବ୍ୟାପିଯାଇଥିଲା। ଘର ମାଲିକ ଏବଂ ୪ ଶିଶୁ ନିଆଁରେ ପୋଡ଼ିଯାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଘର ମାଲିକଙ୍କ ସ୍ତ୍ରୀ ଏଥିରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର କାର୍ଯ୍ୟ କରିଥିଲେ। ପୁଲିସ ଟିମ୍‌ ବି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Leave A Reply

Your email address will not be published.

sixteen + 3 =