ନୂଆଦିଲ୍ଲୀ: ଦେଶର ୮ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ଓ କେରଳରେ ଦୈନିକ ସଂକ୍ରମଣ ହାର ୭୬ ପ୍ରତିଶତ ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଦେଶରେ ଗତ ୨୪ ଘଂଟାରେ ୧୬,୪୮୮ ନୂଆ ସଂକ୍ରମତି ହୋଇଥିଲାବେଳେ ୧୧୩ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ଏବେସୁଦ୍ଧା ୧୧୦୭୯୯୭୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫୬୩୮ ଜଣ ପ୍ରାଣ ହରାଇଛନ୍ତି । ସକ୍ରିୟ ସଂଖ୍ୟା ୧୫୯୫୯୦ ରହିଥିବା ବେଳେ ୧୦୭୬୩୪୫୧ ସୁସ୍ଥ ହୋଇଛନ୍ତି ।
ତେଲଙ୍ଗନା, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, ଜାମ୍ମୁ-କାଶ୍ମୀର ଓ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ପାଉଛି । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ଏହି ରାଜ୍ୟରେ ୮,୩୩୩ ନୂଆ ସଂକ୍ରମିତ ହୋଇଛନ୍ତି । ଏହା ପଛକୁ ରହିଛି କେରଳ, ଯେଉଁଠି ୩,୬୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତୃତୀୟ ସ୍ଥାନରେ ରହିଛି ପଞ୍ଜାବ । ଏଠାରେ ୬୨୨ ସଂକ୍ରମିତ ହୋଇଛନ୍ତି । ଦେଶରେ ଚିହ୍ନଟ ହୋଇଥିବା ୧୬,୪୮୮ ନୂଆ ସଂକ୍ରମଣ ମାମଲାରୁ ୮୫.୬୫% ସଂକ୍ରମିତ ହେଉଛନ୍ତି ଉପରୋକ୍ତ ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି । ଅବଲମ୍ବନ ୩୬ ଜିଲ୍ଲା ମଧ୍ୟରୁ ୨୮ଟିରେ ସଂକ୍ରମଣ ବଢ଼ିଚାଲିଛି । ପ୍ରତି ଜିଲ୍ଲା ପ୍ରଶାସନକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଅମରାବତୀ ଜିଲ୍ଲାର ୨ଟି ସହର ଅମରାବତୀ ଓ ଆଚଲପୁରରେ ଜାରି ୭ ଦିନିଆ ‘ଲକଡାଉନ’ ଅବଧିକୁ ବଢ଼ାଇ ଦିଆଯାଇଛି । ଏହି ଅଂଚଳରେ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଲକ୍ଡାଉନ୍ ବଳବତର ରହିବ ବୋଲି ଶନିବାର ଘୋଷଣା କରାଯାଇଛି । ଏଥିସହିତ ଅଞ୍ଜନଗାଓଁ ସୁରଜୀ ଗାଁକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ମିଳୁଥିବା ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ପ୍ରତିÂାନକୁ ବନ୍ଦ ରଖିବାକୁ କୁହାଯାଇଛି । ମାର୍ଚ୍ଚ ୮ ପରେ ଜିଲ୍ଳା ପ୍ରଶାସନ ପରିସ୍ଥିତି ଦେଖି ପରବତିୀ ପଦକ୍ଷେପ ନେବେ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ବିମାନ ସେବା ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ଯାଏ ନିଷେଧ କରାଯାଇଛି । ଏନେଇ ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି । ମାଲବାହୀ ବିମାନ ଓ ଡିଜିସିଏ ଅନୁମତିପ୍ରାପ୍ତ ବିମାନଗୁଡିକ ପ୍ରତି ଏହା ଲାଗୁ ହେବାନାହିଁ । ପୂର୍ବରୁ ଏହା ଫେବୃଆରୀ ୨୮ ଜାରି ହୋଇଥିଲା । ଆନ୍ତର୍ଜାତିକ ବିମାନ ଚଳାଚଳ ଗତ ବର୍ଷ ମାର୍ଚ୍ଚ ୨୩ରୁ ବନ୍ଦ ରହିଛି ।