ଚିନ୍ତା ବଢାଉଛି ଖୋର୍ଦ୍ଧା : ୩ ଲକ୍ଷ ଟପିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ​​‌ ମଧ୍ୟ ଏହା ୩ ଲକ୍ଷ ଅତିକ୍ରମ କରିଛି। ଶନିବାର ଆଉ ୧୩୧୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦ ରେ ପହଞ୍ଚିଛି। ତେବେ ଖୋର୍ଦ୍ଧା ଜିଲ୍ଲା କରୋନା ସଂକ୍ରମଣ କ୍ଷେତ୍ରରେ ଦିନକୁ ଦିନ ​ରେକର୍ଡ ସୃଷ୍ଟି କରୁଛି। ପ୍ରଶାସନ ପାଇଁ ଚିନ୍ତା ବଢାଉଥିବା ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ୫୦ ହଜାରର ନିକଟତର ହୋଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା  ୪୯ ହଜାର ୭୪୩କୁ ବୃଦ୍ଧି ପାଇଛି।
ସେହିପରି ଅନ୍ୟାନ୍ୟ ଜିଲ୍ଲାର ସ୍ଥିତିକୁ ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲା ୨ୟ ସ୍ଥାନରେ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୩୬୩। ୩ୟ ସ୍ଥାନରେ ରହିଛି କଟକ ଜିଲ୍ଲା। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୬୪୫ରେ ପହଞ୍ଚିଛି। ସେହିପରି ପୁରୀ ଜିଲ୍ଲାରେ ୧୨,୯୧୦, ସୁନ୍ଦରଗଡ ଜିଲ୍ଲାରେ ୧୧,୬୮୨ ମୟୁରଭଞ୍ଜ ୧୧,୯୦୭, ଯାଜପୁରରେ ୧୧,୧୦୨ ଓ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୭୮ରେ ପହଞ୍ଛିଛି। ସେହିପରି ବରଗଡରେ ୯,୦୭୪,  ଅନୁଗୁଳରେ ୮,୬୧୨, ସମ୍ବଲପୁରରେ ୮,୨୧୯, ରାୟଗଡାରେ ୮,୧୬୨, ଜଗତସିଂହପୁରରେ ୭,୯୯୨, କେନ୍ଦ୍ରାପଡାରୁ ୭,୯୮୩, ଷ୍ଟେଟ୍ ପୁଲରୁ ୭,୬୮୪ , କୋରାପୁଟରୁ ୭,୫୪୦ ଓ ବଲାଙ୍ଗିରରୁ ୭,୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାରୁ ୬,୯୦୭, କେନ୍ଦୁଝରରୁ ୬,୭୦୮, ଝାରସୁଗୁଡାରୁ ୬,୬୦୯, ନୟାଗଡରୁ ୬,୧୭୭,  ନୂଆପଡାରୁ ୬,୧୧୨  ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ତେବେ କନ୍ଧମାଳରୁ ୫,୭୪୮, ନବରଙ୍ଗପୁରରୁ ୫,୪୬୧, କଳାହାଣ୍ଡିରୁ ୫,୪୪୨, ଢେଙ୍କାନାଳରୁ ୫,୨୯୩, ମାଲକାନଗିରିରୁ ୫,୦୨୧, ସୁବର୍ଣପୁରରୁ ୪,୫୩୭, ଗଜପତିରୁ ୩,୮୮୪, ବୌଦ୍ଧରୁ ୨,୬୩୨ ଓ  ଦେବଗଡରୁ ୧,୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା

Leave A Reply

Your email address will not be published.

fourteen − one =