ଚିହ୍ନଟ ହେଲେ ୩୬୮୨ ନୂଆ କରୋନା ଆକ୍ରାନ୍ତ


ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ୩୬୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର କରୋନା ହଟସ୍ପଟ ସାଜିଥିବା ଗଞ୍ଜମ ଜିଲ୍ଲାକୁ ପଛେରେ ଆଗରେ ରହିଛି ଖୋର୍ଦ୍ଧା । ପ୍ରତ୍ୟେକ ଦିନ ଖୋର୍ଦ୍ଧାରେ ରେକର୍ଡ ସଂଖ୍ୟାଙ୍କ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩୬୮୨ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୪୧ ଓ ଲୋକାଲ କେସ୍ ୧୪୪୧ ରହିଛି । ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୭୫, କଟକ ୩୬୯, ଗଞ୍ଜାମ ୧୭୪, ଅନୁଗୁଳ ୫୬, ବାଲେଶ୍ୱର ୮୭, ବରଗଡ ୧୫୨, ଭଦ୍ରକ ୫୧, ବଲାଙ୍ଗିର ୬୮,ବୈଦ୍ଧ ୧୪, ଦେଓଗଡ ୧୨, ଢେଙ୍କାନାଳଳ୬୧, ଗଜପତି ୪୮, ଜଗତସିଂହପୁର ୪୪, ଯାଜପୁର ୮୮, ଝାରସୁଗୁଡା ୪୩, କଳାହାଣ୍ଡି ୪୧, କନ୍ଧମାଳ ୩୬, କେନ୍ଦ୍ରାପଡା ୪୪, କେନ୍ଦୁଝର ୫୯, କୋରାପୁଟ ୧୪୦, ମାଲକାନାଗିରି ୮୬, ମୟୂରଭଞ୍ଜ ୨୭୨, ନବରଙ୍ଗପୁର ୩୮, ନୟାଗଡ ୧୦୯, ନୂଆପଡା ୨୩, ପୁରୀ ୧୧୫, ରାୟଗଡା ୪୯୫, ସମ୍ବଲପୁର ୧୨୮, ସୋନପୁର ୨୭, ସୁନ୍ଦରଗଡ ୨୭ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮ରହିଥିବା ବେଳେ ୬୫୩୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୨୮୮୩୬ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

20 − one =