ଚୀନ୍‌ରୁ ଆସୁଛି ମଣିଷ ଶରୀରରେ ବାର୍ଡ ଫ୍ଲୁ !

ବେଜିଂ: କରୋନା ଭୂତାଣୁ ଚୀନ୍‌ରୁ ବ୍ୟାପିଥିବା କୁହାଯାଉଥିବା ବେଳେ ଆଉ ଏକ ବିପଦ ଏହି ଦେଶରୁ ଆସୁଛି । ଏଠାରେ ମାନବ ଶରୀରରେ ବାର୍ଡ ଫ୍ଲୁ ଭୂତ୍‌ାଣୁ ସଂକ୍ରମର ଦେଖିବାକୁ ମିଳିଛି, ଯାହା ବିଶ୍ୱର ପ୍ରଥମ ମାମଲା ବୋଲି ଚୀନ୍‌ଦାବି କରିଛି । ଚୀନ୍ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର ସୂଚନା ଦେଇଛି ଯେ, ଦେଶର ଜିଆଙ୍ଗସୁ ପ୍ରଦେଶରେ ଏଚ୍ ୧୦ ଏନ୍ ୩ ବୋର୍ଡ ଫ୍ଲୁର ପ୍ରଥମ ମାନବ ସଂକ୍ରମର ସାମ୍ନାକୁ ଆସିିଛି । ଏଥିୈର ଜଣେ ପୁରୁଷ ଆକ୍ରାନ୍ତ ହୋଇଛନ୍ତି ।
ଜିଆଙ୍ଗସୁ ପ୍ରଦେଶର ଝନଜିୟାଙ୍ଗ ସହରରେ ଜଣେ ୪୧ ବର୍ଷୀୟ ପୁରୁଷଙ୍କଠାରୁ ଏହି ବାର୍ଡ ଫ୍ଲୁ ସଂକ୍ରମର ଦେଖିବାକୁ ମିଳିଛି । କୁକୁଡା ପାଳନରୁ ଏହି ବାର୍ଡ ଫ୍ଲୁ ଉକ୍ତ ବ୍ୟକ୍ତିଙ୍କୁ ବ୍ୟାପିଥିବା କୁହାଯାଉଛି । ତେବେ ବ୍ୟାପକ ସ୍ତରରେ ଏହା ବ୍ୟାପିବା ବିପଦ କମ୍ ରହିଛି । ଚୀଚନ୍ ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ସରକାରୀ ୱେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ସାରା ବିଶ୍ୱରେ ବର୍ତମାନ ସୁଦ୍ଧା ଏଚ୍ ୧୦ ଏନ୍ ୩ ବାର୍ଡ ଫ୍ଲୁର ମାନବ ସଂକ୍ରମଣ କୌଣସି ମାମଲା ମିଳିନଥିଲା । ଆୟୋଗର ସୂଚନା ଅନୁସାରେ, ଗତ ଏପ୍ରିଲ୍ ୨୮ ତାରିଖରେ ସଂକ୍ରମିତ ବ୍ୟକ୍ତିଙ୍କୁ ଡାକ୍ତରଖ୍‌ାନାରେ ଭର୍ତି କରାଯାଇଥିଲା । ତାଙ୍କଠାରେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ଦେଖାଦେଇଥିଲା । ଏହାର ଏକମାସ ପରେ ଅର୍ଥାତ୍ ମେ ୨୮ରେ ତାଙ୍କଠାରେ ଏଚ୍ ୧୦ଏନ୍‌୩ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିଲା । ପୀଡିତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଏବଂ ତାଙ୍କ ଖୁବ୍‌ଶୀଘ୍ର ଡାକ୍ତରଖାନାରୁ ଡିସ୍‌ଚାର୍ଜ କରିଦିଆଯିବ । ତେବେ ତାଙ୍କ ସମ୍ପର୍କାରେ ଆସିଥିବା ଲୋକଙ୍କଠାରେ ଏହି ଭୂତାଣୁ ସଂକ୍ରମିତ ହୋଇ ନଥିବା ଜଣାପଡିଛି ।

Leave A Reply

Your email address will not be published.

4 × 4 =