ନୂଆଦିଲ୍ଲୀ- ଭାରତ ଓ ଚୀନ ବିବାଦ ଥମିବାର ନା ଧରୁନି । ଉଭୟ ଦେଶ ମଧ୍ୟରେ ଅନେକ ଆଲୋଚନା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମାଧାନାର ବାଟ ଫିଟି ନାହିଁ । ଏଭଳି ପରିସ୍ଥିତିକୁ ଦେଖି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ କହିଛନ୍ତି ଯେ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଅସନ୍ତୋଷ ନ କମେ ତେବେ ସାମାରିକ ବିକଳ୍ପ ହିଁ ଏକ ମାତ୍ର ବାଟ । କିନ୍ତୁ ଦୁଇ ଦେଶର ସେନା ଏବଂ କୂଟନୈତିକ ଆଲୋଚନା ବିଫଳ ହେବା ପରେ ଏହି ପନ୍ଥା ଅପଣେଇବା ପାଇଁ ସେ କହିଛନ୍ତି । ଏହା ଚୀନ ପାଇଁ ଏକ ଦୃଢ ବାର୍ତା ।