ଭୁବନେଶ୍ୱର- ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ବର୍ଷା ଏବେ ଛତିଶଗଡ ମୁହାଁଇଛି । ଏହା ଛତିଶଗଡ ଓ ଏହାର ପାଶ୍ୱର୍ବର୍ତୀ ଅଂଚଳରେ ଦୁଇ ଦିନ ସକ୍ରିୟ ରହିବା ପରେ ଉତରପ୍ରଦେଶ ଗତି କରିବ । ତେବେ ଆସନ୍ତା ୨୫ଓ ୨୬ ତାରିଖରେ ରାଜ୍ୟର କିଛି ଅଂଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।