ହାଇଦ୍ରାବାଦ- ଗୁରୁବାର ରାତିରେ ତେଲେଙ୍ଗାନା ଜଳବିଦ୍ୟୁତ ପ୍ରକଳ୍ପରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ସମୟରେ ସେଠାରେ ୧୯ ଜଣ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣ ସୁରକ୍ଷିତରେ ବାହାରି ଆସିଥିବା ବେଳେ ୯ ଜଣ ଏବେ ବି ଫସି ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଡିଭିଜିନ ଇଂଜିନିୟର, ଚାରି ଜଣ ଆସିଷ୍ଟାଂଟ ଇଞ୍ଜିନିୟର, ଦୁଇ ଜଣ ଜୁନିୟର ପ୍ଳାଂଟ ଆଟେଣ୍ଡାଂଟ ଓ ଅନ୍ୟ କର୍ମଚାରୀ ରହିଛନ୍ତି । ଘଟଣା ସ୍ଥଳରେ ଏନଡିଆରଏଫର ଏକ ଟିମ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଛି ବୋଲି କୁହାଯାଇଛି ।