ଜଳିଗଲା ୬ଟି ଧାନ ଗଦା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ଗ୍ରାମରେ ମଙ୍ଗଳବାର ଭୋରରୁ ଅଗ୍ନିକାଣ୍ଡ ଘଟି ନିରଞ୍ଜନ ଦେହୁରୀଙ୍କ ୬ଟି ଧାନଗଦା ଜଳିଯାଇଥିବା ଜଣାପଡିଛି। ପୋଡିଯାଇଥିବା ଧାନଗଦାର ଅନୁମୁନିକ ମୂଲ୍ୟ ୫୦ହଜାର ହେବ । ସୂଚନା ଅନୁଯାୟୀ , କୁଶଙ୍ଗ ଗ୍ରାମର ନିରଞ୍ଜନ ଦେହୁରୀ ଧାନ ଅମଳ ପାଇଁ ନିଜ ଖଳାରେ ୬ଟି ଧାନ ଗଦା ସାଇତି ରଖିଥିଲେ। ମାତ୍ର ଆଜି ଭୋରରୁ କେହି ଦୁର୍ବୃତ୍ତ  ଧାନ ଗଦାରେ ନିଆଁ ଲଗାଇଦେଇଥିବାରୁ ସବୁ ଧାନଗଦାଗୁଡିକ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଖବର ପାଇ ହରଭଙ୍ଗା ଦମକଳବାହୀନି ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ।  ପୂର୍ବ ଶତ୍ରୁତାରୁ କେହି ଏଭଳି ଅଗ୍ନିକାଣ୍ଡ ଘଟାଇଥାଇପାରେ ବୋଲି କ୍ଷତିଗ୍ରସ୍ତ ଚାଷୀ ସନ୍ଦେହ କରୁଛନ୍ତି।

Leave A Reply

Your email address will not be published.

eleven − 5 =