ଜୀ-ସାର୍ଥକ ରେ ଏପ୍ରିଲ ୨୨ରୁ ଆରମ୍ଭ ହେବ ‘ରଜ କୁଇନ୍‌ – ଉଡ଼ିଯା…ଆକାଶଟା ତୋ’ର ‘

ଭୁବନେଶ୍ଵର : ବହୁ ପ୍ରତିକ୍ଷିତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଲୋକପ୍ରିୟ ରିଏଲିଟି ସୋ ‘ରଜ କୁଇନ୍‌ ‘ ଏପ୍ରିଲ୍ ୨୨ ରୁ  ପ୍ରତେକ  ଶନିବାର ଓ ରବିବାର ରାତି ୯.୩୦ମିନିଟ୍ ରେ ପ୍ରସାରିତ ହେବ ରାଜ୍ୟର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ରେ | ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି | ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିଛନ୍ତି । ଏଥର ମଧ୍ୟ ବହୁତ ବଡ଼ ଆକାରରେ “ରଜ କୁଇନ୍”  ରିଏଲିଟି ସୋ  ଆସୁଛି ଟିଭି ପରଦାରେ । ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ଆସୁଥିବା ରଜ କୁଇନ୍‌ ଏଥର ଦର୍ଶକ ଓ ପ୍ରତିଯୋଗୀମାନଙ୍କ ପାଇଁ ଆଣିଛି କିଛି ଖାସ ଉପହାର ଓ ସ୍କଲାରସିପ୍  | ଅନେକଙ୍କ ଭବିଷ୍ୟତ ତିଆରି କରିଥିବା ଏହି ପ୍ଲାଟଫର୍ମ ଏଥର  ଆଣିଛି କିଛି ନୂଆ ଚିନ୍ତାଧାରା | ଏଥର ରହିଛି ଏକ ବିଶେଷ ସ୍କଲାରସିପ୍ ସେମାନଙ୍କ ପାଇଁ ଯେଉଁ ମାନେ   ଯେକୌଣସି ବିଭାଗରେ ପାରଦର୍ଶିତା ହାସଲ କରି ସେହି ବିଭାଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଓ ନିଜର ଭବିଷ୍ୟତ ଗଢିବାକୁ  ଚାହୁଁଛନ୍ତି, ସେମାନେ ଏହି  ସ୍କଲାରସିପ୍ର ହକଦାର୍ ହୋଇପାରିବେ । ଏଭଳି ସୁଯୋଗ ଓ ସହଯୋଗ  କେବଳ ଜୀ-ସାର୍ଥକ ର ରଜ କୁଇନ୍‌ ପ୍ରତିଯୋଗୀମାନଙ୍କୁ ମିଳିପାରିବ ଓ ଏହି ପ୍ରୋଗ୍ରାମ ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ନିଜର ସ୍ୱପ୍ନ ପୁରଣ କରିବା ସହ ନିଜର ଡେଣା ମେଲାଇ ଖୋଲା ଆକାଶରେ ଉଡିଯିବାକୁ ପ୍ରେରିତ କରିବ । ଏଥର ଜଜ୍ ହୋଇ ଆସୁଛନ୍ତି ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ଏଲିନା ସାମନ୍ତରାୟ ଓ ଶ୍ରୀତମ ଦାସ | ଏହା ଛଡା ଆହୁରି ଚାରି ଜଣ ମେଣ୍ଟର ମଧ୍ୟ ରହିବେ ଯେଉଁ ମାନେ ନିଜର ଗୋଟେ ଗୋଟେ ଟିମ୍ ବାଛିବେ ଓ ଏହି ରିଏଲିଟି ଶୋ ଜିତିବାରେ ନିଜ ଟିମ୍ ର ମାର୍ଗଦର୍ଶକ ହେବେ | ଏହି ମେଣ୍ଟରସ୍ ମାନଙ୍କ ମଧ୍ୟରେ ଅଛନ୍ତି ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ଖୁସି , ‘ମୁଁ ବି ବିଜୟିନୀ’ ର ସ୍ତୁତି , ‘ଝିଲ୍ଲୀ’ର ଝିଲ୍ଲୀ ଓ ‘ସାଥିରେ’ ର ଧାରା | ଯେଉଁ ମାନେ ଅଡିସନ ରାଉଣ୍ଡ ଜିତି ଆଗକୁ ଆସିବେ ସେମାନେ ଏହି ମେଣ୍ଟରସ୍ ମାନଙ୍କ ତତ୍ଵାବଧାନରେ ନିଜର ସ୍ୱପ୍ନ ପୁରଣ ଭବିଷ୍ୟତ ତିଆରି କରିବାର ସୁଯୋଗ ପାଇବେ | ‘ରଜ କୁଇନ’ ପାଇଁ ଅଡିସନ୍ ଓଡ଼ିଶାର କିଛି ପ୍ରମୁଖ ସହରର ଯଥା ଭଦ୍ରକ, କେନ୍ଦୁଝର, ଭୁବନେଶ୍ଵର, ଯାଜପୁର, ବାଲେଶ୍ୱର, କଟକ, ଅନୁଗୁଳ ଓ ରାଉରକଲାରେ ହୋଇଥିଲା ଯେଉଁଠାରୁ ବଛା ବଛା ପ୍ରତିଯୋଗୀ ଏଥର ଭାଗ ନେଉଛନ୍ତି  । କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଲୋକାଦୃତ ହେବ ବୋଲି  ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.

18 − seven =