ନୂଆଦିଲ୍ଲୀ: ମହାମାରୀ କରୋନାର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦିତ ଟିକା ‘କୋଭିସିଲ୍ଡ’ର ଅଭାବ ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୁନେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି ।
‘ଫାଇନାନ୍ସିଆଲ୍ ଟାଇମସ୍’ ରିପୋର୍ଟ ଅନୁସାରେ, ଅଦର୍ ପୁନାୱାଲା କହିଛନ୍ତି ଯେ, ଜୁଲାଇ୍ ମାସ୍ ପର୍ଯ୍ୟନ୍ତ ଭାରତରେ କୋଭିସଲ୍ଡ ଟିକା ନିଅଂଟ ହେବ । ଜୁଇାଇ ମାସ୍ରେ ଶେଷ ଆଡକୁ କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି ପାଇବ ବୋଲି ମଧ୍ୟ ସେ ଆଶା କରୁଥିବା କହିଛନ୍ତି । ସେ କହିଛନ୍ତି, ମାସକୁ ୬୦ରୁ ୭୦ ନିୟୁତ ଡୋଜ୍ ଉତ୍ପାଦନ ହେଉଥିବା ଟିକା ୨୦୨୧ ଜୁଇାଇରେ ୧୦୦ ନିୟୁତ ହେବ । ଜାନୁଆରି ମାସରେ କୋଭିଡ୍-୧୯ ସଂକ୍ରମଣ ମାମଲା ହ୍ରାସ ପାଇବା ବେଳେ କରୋନାଭାଇରସ୍ର ଦ୍ୱିତୀୟ ପ୍ରବାହ ଆସିବ ବୋଲି ସରକାରୀ କର୍ତୃପକ୍ଷମାନେ କଳ୍ପନା କରି ପାରି ନଥିଲେ । ସତରେ ସମସ୍ତେ ଭାବି ଥିଲେ ଭାରତ ଏଡି ମହାମାରୀକୁ ଫେରାଇ ଦେବା ଆରମ୍ଭ କଲାଣି । ସେ ପୁଣି ମଧ୍ୟ କହିଛନ୍ତି, ଟିକା ପାଇଁ ବ ବରାଦ ମିଳୁଥିବାରୁ ତାଙ୍କ କମ୍ପାନି ଉତ୍ପାଦନ ବୃଦ୍ଧି କରିବ । ସେତେବେଳେ ବରାଦ ନଥିବାରୁ ବର୍ଷକୁ ୧ ବିଲିୟନ୍ ଡୋଜ୍ରୁ ଅଧିକ ଟିକା ଆବଶ୍ୟକ ହେବ ବୋଲି ଆମେ ଭାବୁ ନଥିଲୁ ।
ସୂଚନା ଯୋଗ୍ୟ, ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋଡ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିସିଲ୍ଡ ଟିକା ଉତ୍ପାଦନ କରୁଛି । ପ୍ରକାଶ ଥାଉକି ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଷ୍ଟ୍ରାଜେନିକ ଓ ଅକ୍ସଫୋସ୍ ବିଶ୍ୱ ବିଦ୍ୟାଳୟ ଦ୍ୱାରା ବିକାଶିତ କୋଭିସିଲ୍ଡ ଏବଂ ଭାରତ ବାୟୁଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିଲ୍ଡ ଟିକାକୁ ଅନୁମୋଦନ କରିଛନ୍ତି । ଗତ ଜାନୁୟାରୀ ମାସ ୧୬ ତ୍ାରିଖଠାରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କରୋନା ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା କରଣ କରାଯାଇଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ବିଭିନ୍ନ ଗୁରୁତର ରୋଗରେ ପିଡୀତ ୪୫ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯାଉଛି । ମାତ୍ର ଟିକାର ଅଭାବ ଯୋଗୁଁ ବହୁ ରାଜ୍ୟରେ ଟିକା କରଣ ଅଭିଯାନ ଗୁରୁତର ଭାବେ ବ୍ୟାହାତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଓଡିଶା, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ ସମେତ ବହୁ ରାଜ୍ୟରେ ଟିକାର ଘୋର ଅଭାବ ଯୋଗୁଁ ଟିକା କରଣ କେନ୍ଦ୍ର ଗୁଡିକ ବନ୍ଦ ହୋଇଯାଇଛି । ଅନ୍ୟପକ୍ଷରେ ଦେଶରେ କୋଭାସିଲ୍ଡର ଟିକାର ଅଭାବ ଉତ୍ପାଦନ ବୃଦ୍ଧି ନପାଇବା ପର୍ଯ୍ୟନ୍ତ ତଥା ଜୁଲାଇ ମାସ ପର୍ଯ୍ୟନ୍ତ ଲାଗି ରହିବ ବୋଲି କୁହାଯାଇଛି ।