ଜେଇଇ ମେନ୍ ଓ ନେଟ ପରୀକ୍ଷା ସ୍ଥଗିତ କରିବା ପାଇଁ ସୋନିଆଙ୍କ ବୈଠକ


ନୂଆଦିଲ୍ଲୀ- ଜେଇଇ ମେନ୍ ଓ ନେଟ ପରୀକ୍ଷା ସ୍ଥଗିତ ରକ୍ଷିବା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆଜି ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ପଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରୋନ ପ୍ରମୁଖ ଯୋଗ ଦେବେ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ କରାଯିବ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଜେଇି ମେନ୍ ଓ ନେଟ ପରୀକ୍ଷା କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.

19 − seventeen =