ଜେଏନୟୁ ହିଂସା: ନିଜକୁ ନିଜେ କ୍ଲିନ୍ ଚିଟ୍ ଦେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ଦିଲ୍ଲୀ ଜବାହର ଲାଲ ବିଶ୍ୱବିଦ୍ୟାଳୟରେ ହିଂସା ହୋଇଥିଲା। ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ମଧ୍ୟ ସନ୍ଦେହ ଘେରରେ ଥିଲା। ଏବେ ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରି ସ୍ଥାନୀୟ ପୁଲିସକୁ କ୍ଲିନଚିଟ୍ ଦେଇଛି। ସ୍ଥାନୀୟ ପୁଲିସର ଅବହେଳା ପାଇଁ ହିଂସା ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଦିଲ୍ଲୀ ପୁଲିସ ମାମଲାକୁ ଗୁରୁତର ସହ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ତଦନ୍ତ କରିଥିଲା। ଜାନୁଆରୀ ୫ରେ ପ୍ରାୟ ୧୦୦ ଜଣ ମୁହଁରେ କପଡ଼ା ବା ମୁଖା ପିନ୍ଧି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିଲେ। ଏହାପରେ ପ୍ରାୟ ଚାରି ଘଣ୍ଟା ଧରି ଭଙ୍ଗାରୁଜା କରିଥିଲେ। ଏଥିରେ ବିଶ୍ୱ ବିଦ୍ୟାଳୟର ଛାତ୍ର, ଶିକ୍ଷକ ଏବଂ କର୍ମଚାରୀଙ୍କ ସମେତ ମୋଟ୍ ୩୬ ଜଣ ଆହତ ହୋଇଥିଲେ। ଏହାପରେ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ସବୁଠୁ ବଡ଼ କଥା ହେଲା ଏହି ମାମଲାରେ ଏଯାବତ କେହି ଗିରଫ ହୋଇ ନାହାନ୍ତି।

Leave A Reply

Your email address will not be published.

10 + eleven =