ଜେଲରୁ ଛାଡ ପାଇଲେ ଲାଲୁ

ନୂଆଦିଲ୍ଲୀ: ରାଞ୍ଚି ଉଚ୍ଚ ନ୍ୟାୟାଳୟ ମଞ୍ଜୁର କରିଥିବା ଜାମିନର ସମସ୍ତ ଆନୁଷଙ୍ଗିକ ଆଇନଗତ ଦିନ ପୂରଣ କରିବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ଗୁରୁବାର ଜେଲରୁ ଛାଡ ପାଇଛନ୍ତି । ଲୁଲୁ ପ୍ରସାଦ ଝାଡଖଣ୍ଡର ରାଞ୍ଚିସ୍ଥିତ ଡୁମକା ଟ୍ରେଜେରୀ ମାମଲାରେ ଉଚ୍ଚ ନ୍ୟାୟାଳୟରୁ ଜାମିନ୍ ପାଇଥିଲେ । ତେବେ ତାଙ୍କ ଶାରୀରିକ ଅସୁସ୍ଥତାର ଚିକିତ୍ସା ନିମନ୍ତେ ସେ ଆଉ କିଛିଦିନ ନୂଆ ଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେବେ ।
ରାଲୁ ପ୍ରସାଦଙ୍କ ଓକିଲମାନେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ରାଞ୍ଚିର ସ୍ୱତନ୍ତ୍ର ସିବିଆଇ ଅଦାଲତରେ ପ୍ରତ୍ୟେକ ୧ଲକ୍ଷ ଟଙ୍କାର ଦୁଇଟି ଅମାନତ ଜମା କରିବା ସହିତ ଭାରତୀୟ ଦଣ୍ଡବିଧି ଆଇନ୍ର ବିଭିନ୍ନ ଧାରା ଏବଂ ଦୁର୍ନୀତି ନିବାରଣ ଆଇନ୍ ଅନୁଯାୟୀ ଲାଲୁଙ୍କ ବିରୁଦ୍ଧରେ ଦାଏର କରାଯାଇଥିବା ଦୁଇଟି ମାମଲାରେ ପ୍ରତ୍ୟେକ ୫ଲକ୍ଷ ଟଙ୍କାର ଦୁଇଟି ଜରିମାନା ଦାଖଲ କରିବା ପରେ ବିଚାରପତି ଏମ୍କେ ମିଶ୍ର ଲାଲୁଙ୍କୁ ଜେଲରୁ ଛାଡିବା ଆଦେଶ ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ, ଜେଲରେ ଥିବା ସମୟରେ ଲାଲୁ ପ୍ରସାଦଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଗତ ଜାନୁଆରୀ ୨୪ ତାରିଖରେ ନୂଆଦିଲ୍ଲୀସ୍ଥିତ ଏମ୍ସକୁ ଚିକିସôା ପାଇଁ ନିଆଯାଇଥିଲା । ସେବେଠୁ ସେ ସେଠାରେ ରହି ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.

one × 1 =