ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି

ନୟାଗଡ଼ : “୧୦ ଲକ୍ଷ ଟଙ୍କା ନୁହେଁ, ମୋ ଝିଅକୁ ନ୍ୟାୟ ମିଳୁ। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି। ଟଙ୍କା ଦେଲେ ଭାବୁଛନ୍ତି ଆମେ ଚୁପ୍‌ ହୋଇ ବସି ରହିବୁ। କିନ୍ତୁ ଆମର ଟଙ୍କା ଦରକାର ନାହିଁ। ଆମ ଝିଅକୁ ନ୍ୟାୟ ଦରକାର। ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସିବିଆଇ ଏହି ଘଟଣାର ତଦନ୍ତ କରୁ।” ଏପରି ଭାବେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଝିଅ ହତ୍ୟାକାରୀକୁ ଗିରଫ ଦାବିରେ ଧାରଣାରେ ବସିଥିବା ପରୀର ମା’ ସୌଦାମିନୀ । ସୂଚନାଯୋଗ୍ୟ, ପୁରୀ ହତ୍ୟା ଘଟଣାରେ ତାଙ୍କ ପରିବାର ୧୦ ଲକ୍ଷ ଟଙ୍କା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିସ କରାଯିବ ବୋଲି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିବା ପରେ ଏହାକୁ ନାପସନ୍ଦ କରିଛନ୍ତି ପରୀର ମା’ । ସେ ଏହା ମନ୍ତ୍ରୀ ଅରୁଣ ସାହୁଙ୍କ ଚକ୍ରାନ୍ତ ବୋଲି କହିଛନ୍ତି। ଝିଅକୁ ନ୍ୟାୟ ଦେବାପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବି, କୌଣସି ଅର୍ଥ ଲାଳସା ମୋତେ ଭ୍ରମିତ କରି ପାରିବ ନାହିଁ ବୋଲି କହିଛନ୍ତି ସୌଦାମିନୀ ।

Leave A Reply

Your email address will not be published.

19 − 4 =