ଟିଏମ୍‌ସିକୁ ଫେରିଲେ ମୁକୁଲ ରୟ

କୋଲକାତା: ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ମୁକୁଳ ରାୟ ଆଜି ବିଜେପି ଛାଡି ପୁର୍ନବାର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗ ଦେଇଛନ୍ତି । ତାଙ୍କ ସହ ତାଙ୍କ ପୁଅ ତଥା ବିଧାୟକ ସୁଭ୍ରାଂଶୁ ରାୟ ମଧ୍ୟ ଟଏମ୍‌ସିରେ ସାମିଲ ହୋଇଛନ୍ତି । ଆଜି ଟିଏମ୍‌ସିର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶୁଶ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ଠରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ରାୟ ଆନୁଷ୍ଠାନୁକ ଭାବେ ଦଳରେ ଯୋଗ ଦେଇଛନ୍ତି । ଗତ କିଛି ଦିିନ ଧରି ସେ ଟିଏମ୍‌ସିକୁ ଫେରୁଥିବା ନେଇ ଚର୍ଚ୍ଚା ଯୋର ଧରିଥିଲା ବେଳେ ଆଜି ସେ ମୁଖ୍ୟମନ୍ତ୍ରୀ ଶୁଶ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ । ଗତ ୨୦୧୭ ନଭେମ୍ବରରେ ସେ ଟିଏମ୍‌ସି ତ୍ୟାଗ କରି ବିଜେପିରେ ଯୋଗ ଦେଇଥିଲେ । ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ପଶ୍ଚିମବଙ୍ଗରେ ବିଜେପିକୁ ସଫଳତା ଦେବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ରାଜ୍ୟର ମୋଟ୍ ୪୧ଟି ଲୋକସଭା ଅସନ ମଧ୍ୟରୁ ବିଜେପି ୧୮ଟିରେ ବିଜୟ ହୋଇଥିଲା । ଆହୁରି ଅନେକ ବିଧାୟକ ଟିଏମ୍‌ସିରେ ଖୁବ୍ ଶୀଘ୍ର ଯୋଗ ଦେବେ ବୋଲି ଶ୍ରୀ ରାୟ କହିଛନ୍ତି । ଶ୍ରୀ ରାୟ ଏବଂ ତାଙ୍କ ପୁତ୍ରଙ୍କ ଟିଏମ୍‌ସିରେ ଯୋଗଦାନ ବିଜେପି ପାଇଁ ଶକ୍ତ ଧକ୍କା ସଦୃଶ ହୋଇଛି । ସୂଚନାଯୋଗ୍ୟ ଯେ, ଶୁଭେନ୍ଦୁ ଅଧିକାରୀ ବିଧାନସଭାର ବିରୋଧି ଦଳ ନେତା ଭାବେ ନିର୍ବାଚିତ ହେବା ପରେ ଶ୍ରୀ ରାୟ ଅସନ୍ତୁଷ୍ଟ ହୋଇ ପଡିଥିଲେ ବୋଲି କୁହାଯାଇଛି ।

Leave A Reply

Your email address will not be published.

five × one =