ଟିକାକରଣ ପରେ ଦେଶରେ ୨୭ ଜଣଙ୍କ ମୃତ୍ୟୁ, ୨୧ ସୁସ୍ଥ

ଦେଶରେ ଆଜି ସକାଳ ସୁଦ୍ଧା ୮୨ ଲକ୍ଷ ୬୩ ହଜାର ୮୫୮ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ କୋଭିଡ ଟିକାକରଣ କରାଯାଇଥିବା ବେଳେ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୦ ପ୍ରତିଶତ ଟିକାକରଣ ହୋଇଥିବା ଜଣାପଡିଛି।

ଇତି ମଧ୍ୟରେ କୋଭିଡ ଟିକା ଦିଆଯିବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ମୋଟ ୩୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ମୋଟ ସମୁଦାୟ ଟୀକାକରଣର ୦.୦୦୦୪%। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୩୪ଟି ମାମଲା ମଧ୍ୟରୁ ୨୧ ଜଣଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଚିକିତ୍ସାଧୀନ ଅଛନ୍ତି। ଆଜି ସୁଦ୍ଧା ଟିକାକରଣ ଜନିତ ୨୭ଟି ମୃତ୍ୟୁ ରେକର୍ଡ କରାଯାଇଛି। ସେଥିମଧ୍ୟରୁ ୧୧ ଜଣ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ଡାକ୍ତରଖାନା ବାହାରେ ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ୩ଟି ନୂଆ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶର ହରଡା ନିବାସୀ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ୯ ଦିନ ଟୀକାକରଣ ପରେ ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଜଣେ ୩୫ ବର୍ଷ ବୟସ୍କ ହରିୟାଣାର ପାନିପତ ନିବାସୀ ନିମୋନିଆରେ ଆକ୍ରାନ୍ତ ହୋଇ ଟୀକାକରଣର ୮ ଦିନ ପରେ ମୃତ୍ୟୁ ବରଣ କରିଛନ୍ତି। ପୋଷ୍ଟମର୍ଟମ ବିବରଣୀକୁ ଅପେକ୍ଷା କରାଯାଇଛି। ରାଜସ୍ଥାନର ଦାଉସା ନିବାସୀ ଜଣେ ୫୮ ବର୍ଷିୟା ଡ୍ୟୁଟିରେ ଥାଇ ଟିକା ନେବାପରେ ପଡ଼ିଯାଇଥିଲେ ଓ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.

17 − 5 =