ଟିକାକରଣ ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ରର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଟିକାକରଣ ସମ୍ପୂର୍ଣ୍ଣ ଦାୟିତ୍ୱ ଏଣିକି କେନ୍ଦ୍ର ସରକାର ନେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତିି ଯେ, କେନ୍ଦ୍ର ସରକାର ଟିକାକରଣ ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ ହାତକୁ ନେବେ । ଆସନ୍ତା ୨ସପ୍ତାହ ମଧ୍ୟରେ ଏହି ନୂଆ ନୀତି ଲାଗୁ ହେବ । ରାଜ୍ୟମାନଙ୍କୁ ଆଉ ଟିକା କିଣିବାକୁ ପଡିବନି । ରାଜ୍ୟମାନଙ୍କ ନିକଟରେ ଯେଉଁ ୨୫% ଟିକା ଦାୟିତ୍ୱ ଥିଲା ତାହା କେନ୍ଦ୍ର ସରକାର ହାତକୁ ନେଇଛନ୍ତିି । ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ଘରୋଇ ଡାକ୍ତରଖାନାଗୁଡିକରୁ ଯେଉଁମାନେ ଟିକା ନେବାକୁ ଚାହିଁବେ ସେମାନେ ଟିକା ନେଇପାରିବେ । ଏଥିପାଇଁ ପ୍ରତି ଟିକା ଡୋଜ୍‌ର ମୂଲ୍ୟ ୧୫୦ ଟଙ୍କା ରଖାଯାଇଛି । ଗତ ଜାନୁୟାରୀ ୧୬ ତାରିଖ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ବର୍ତମାନ ସୁଦ୍ଧା ଦେଶରେ ୨୩ କୋଟି ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ମହାମାରୀର ମୁକାବିଲା ପାଇଁ ମାତ୍ର ଏକ ବର୍ଷ ମଧ୍ୟରେ ଦେଶର ୨ଟି ଦେଶୀୟ କମ୍ପାନୀ ୨ଟି ଟିକା ପ୍ରସ୍ତୁତ କରିଛନ୍ତି । ଏହି ଟିକାକୁ ବର୍ତମାନ ଦେଶରେ ଦିଆଯାଉଛି । ସେହିପରି କେତେକ ବିଦେଶୀ ଟିକା ମଧ୍ୟ ଆମଦାନି ପାଇଁ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ବର୍ତମାନ ସୁଦ୍ଧା ଦେଶର ଆଉ ୭ଟି କମ୍ପାନୀ ବିଭିନ୍ନ କରୋନା ଟିକା ଉତ୍ପାଦନରେ ଲାଗି ପଡିଛନ୍ତି । ଖୁବ୍‌ଶୀଘ୍ର ଏହା ଫଳପ୍ରଦ ହେବାକୁ ଯାଉଛି । ଶିଶୁଙ୍କ ପାଇଁ ମଧ୍ୟ ୨ଟି ଟିକାର ପ୍ରସ୍ତୁତି ଚାଲିଛି । ନାକରେ ଡୋଜ୍ ଟିକା ମଧ୍ୟ ଉତ୍ପାଦନ ପାଇଁ ପ୍ରସ୍ତୁତି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଖୁବ୍ ଶୀଘ୍ର ଏହି ଟିକା ଦେଶବାସୀଙ୍କୁ ମାଓବାଦୀର ମୁକାବିଲା ପାଇଁ ଦିଆଯିବ ।
ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୂରକ୍ଷା ଆଇନ୍ (ଏନ୍‌ଏଫ୍‌ଏସ୍‌ଏ) ଅନ୍ତଭୁକ୍ତ ୮୦ କୋଟି ପରିବାରଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯିବ । ପୂର୍ବରୁ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାର ଯୋଜନାରେ ୨ମାସ ତଥା ମେ’ ଓ ଜୁନ୍ ପାଇଁ ମାଗଣା ଖାଦ୍ୟ ଶଷ୍ୟ ଯୋଗାଇଦେଇଥିଲା ବେଳେ ଏବେ ଦୀପାବଳୀ ତଥା ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ସରକାର ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ଦେଶରେ କରୋନାର ଦ୍ୱିତୀୟ ଲହର ବିରୋଧରେ ଆମର ଲଢେଇ ଜାରି ରିହିଛି । ଅନେକ ନିଜ ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି । ବିଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । କରୋନା ମହାମାରୀ ସମୟରେ ଦେଶବାସୀଙ୍କୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ଏଭଳି ମହାମାରୀ ଆଧୁନିକ ବିଶ୍ୱ କେବେ ଦେଖି ନ ଥିଲା ନା ଅନୁଭବ କରି ନଥିଲା । ଏଭଳି ମହାମାରୀ ବିରୋଧରେ ଦେଶ ଏକାଠି ହୋଇ ଲଢ଼ି ଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

12 − four =