ନୂଆଦିଲ୍ଲୀ : ଦେଶରେ କରୋନା ମୁକାବିଲା ପାଇଁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ରିସର୍ଚ୍ଚ ଏବଂ ରିଫରଲ ହସ୍ପିଟାଲକୁ ଆସି କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ରାଷ୍ଟ୍ରପତି ଟିକା ନେବାପରେ କହିଛନ୍ତି, ଭାରତରେ ସବୁଠୁ ବଡ଼ ଟିକାକରଣ ଚାଲିଛି । ଏହା ଗର୍ବର ବିଷୟ । ଦୁଇଟି ଯାକ ଦେଶରେ ତିଆରି ହୋଇଛି । ସେଥିମଧ୍ୟରୁ କୋଭାrିନ ସମ୍ପୂର୍ଣ୍ଣ ସ୍ୱଦେଶୀ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍ସକୁ ଆସି ଟିକା ନେଇଥିଲେ । ଏହାପରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ହର୍ଷବର୍ଦ୍ଧନ, ରାଜନାଥ ସିଂହ, ଏନସିପି ନେତା ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେଇଛନ୍ତି ।