ଠିକ୍ ସମୟରେ ଜାମ୍ମୁକାଶ୍ମୀରକୁ ମିଳିବ ରାଜ୍ୟମାନ୍ୟତା : ଶାହ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଆଜି ଲୋକସଭାରେ ପାରିତ ହୋଇଛି । ବିଲ୍ ପାରିତ ପୂର୍ବରୁ ଜମ୍ମୁ-କାଶ୍ମୀର ବିଷୟରେ ଗୃହରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ବିରୋଧୀ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ । ଧାରା ୩୭୦ ହଟାଇବା ପରେ ରାଜ୍ୟର ଅବସ୍ଥା ଉପରେ ପ୍ରଶ୍ନ କରାଯିବା ସହ ଧାରା ୩୭୦ ହଟାଇବା ପରେ ସେଠାରେ କ’ଣ ପରିବର୍ତନ ଆସିଛି, ସେ ନେଇ ପ୍ରଶ୍ନ କରିଥିଲେ ବିରୋଧୀ । ଏହା ପରେ ବିରୋଧୀ ଦଳ ଉଠାଇଥିବା ସମସ୍ତ ପ୍ରଶ୍ନର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିସ୍ତୃତ ଭାବେ ଉତର ରଖିଥିଲେ । ଜମ୍ମୁ-କାଶ୍ମୀରକୁ କେବେ ରାଜ୍ୟମାନ୍ୟତା ଦିଆଯିବ ବୋଲି ବିରୋଧୀ ପଚାରିଥିବା ପ୍ରଶ୍ନର ଉତର ରଖି ଅମିତ ଶାହା କହିଥିଲେ ଯେ, ସଠିକ୍ ସମୟ ଆସିଲେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟମାନ୍ୟତା ଦିଆଯିବ ।
ଅନେକ ସାଂସଦ କହୁଛନ୍ତି ଯେ, ଜମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୧ ଆଣିବା ଅର୍ଥ ଜମ୍ମୁ-କାଶ୍ମୀର ରାଜ୍ୟମାନ୍ୟତା ପାଇବ ନାହିଁ । ମୁଁ ବିଲ୍ ଉପସ୍ଥାପନ କରୁଛି ଏବଂ ଏହାର ପରିଚାଳନା କରୁଛି । ମୁଁ ମୋର ଉଦେ୍ଧଶ୍ୟ ସ୍ପଷ୍ଟ କରିସାରିଛି । କୌଣସି ସ୍ଥାନରେ ଏହା ଲେଖା ନାହିଁ ଯେ, ଜମ୍ମୁ-କାଶ୍ମୀର ରାଜ୍ୟମାନ୍ୟତା ପାଇବା ନାହିଁ । ଆପଣ କେଉଁଠାରୁ ଏଭଳି କଥା ଆଣୁଛନ୍ତି ବୋଲି ଅମିତ ଶାହା ବିରୋଧୀଙ୍କୁ ପଚାରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହି ଗୃହରେ ଆଗରୁ କହିଛି ଏବଂ ମୁଁ ପୁଣି ଥରେ କହୁଛି ଯେ, ଜମ୍ମୁ-କାଶ୍ମୀର ରାଜ୍ୟମାନ୍ୟତା ପାଇବା ସହ ଏହି ବିଲ୍ର କୌଣସି ସମ୍ପର୍କ ନାହିଁ । ଜମ୍ମୁ-କାଶ୍ମୀରକୁ ଉପଯୁକ୍ତ ସମୟରେ ରାଜ୍ୟମାନ୍ୟତା ଦିଆଯିବ ।

Leave A Reply

Your email address will not be published.

15 + three =